ଭିଜିଲାନ୍ସ ଜାଲରେ ଯାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ ରାଜସ୍ୱ ସହାୟକ
ଭୁବନେଶ୍ୱର (ରାଜ୍ୟ କାହାଣୀ )ଭିଜିଲାନ୍ସ ହାତରେ ଧରାପଡ଼ିଲେ ଯାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କନିଷ୍ଠ ରାଜସ୍ୱ ସହାୟକ ପ୍ରସନ୍ନ କୁମାର ସାହାଣୀ । ଜଣେ ଜମି ମାଲିକଙ୍କଠାରୁ ଜମି କିଣିବା ପାଇଁ ଅନୁମତି ଦେବା ନିମନ୍ତେ ଫାଇଲ୍ ଆଗକୁ ବଢ଼ାଇବାକୁ ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ। ଭିଜିଲାନ୍ସ ଦେଇଥିବା ସୂଚନା ଅନୁସାରେ, ଅଭିଯୋଗକାରୀ ଜଣେ ଅନୁସୂଚିତ ଜାତିର ବ୍ୟକ୍ତିଙ୍କ ଠାରୁ ଜାଗା କଣିବା ଲାଗି ଅନୁମତିପତ୍ର ପାଇଁ ଆବେଦନ କରିଥିଲେ । ଆଉ ଉକ୍ତ ଆବେଦନପତ୍ର କରାଇ ଦେବା ଲାଗି ଲାଞ୍ଚ ଦାବି କରିଥିଲେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ରାଜସ୍ଵ ସହାୟକ ପ୍ରସନ୍ନ କୁମାର ସାହାଣୀ ।ଏନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ଭିଜିଲାନ୍ସ ଟିମ୍ ଯୋଜନାବଦ୍ଧ ଭାବେ ଚଢ଼ାଉ କରିଥିଲା। ନିଜ କାର୍ଯ୍ୟାଳୟରେ ଅଭିଯୋଗକାରୀଙ୍କଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ ।