ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ।
ରାଜ୍ୟ କାହାଣୀ (ଭୁବନେଶ୍ୱର )ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ମୃତ୍ତିକା ସଂରକ୍ଷଣ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି। ଏକକାଳୀନ ୮ଟି ସ୍ଥାନରେ ଛାନ୍ଭିନ୍ କରୁଛି ଭିଜିଲାନ୍ସ ଟିମ୍। ଭୁବନେଶ୍ବରର ମୃତ୍ତିକା ସଂରକ୍ଷଣ ବିଭାଗରେ ଥିବା ତାଙ୍କ ଅଫିସ, ଗୋଠପାଟଣାରେ ଥବା ଆପାର୍ଟମେଣ୍ଟ, ଚନ୍ଦ୍ରଶେଖରପୁରରେ ଥିବା ବାସଭବନରେ ଚଢଉ ଚାଲିଛି । କଳାହାଣ୍ଡି ଜୁନାଗଡରେ ଥିବା ତାଙ୍କ ପୈତୃକ ଘର, ଧର୍ମଗଡରେ ଥିବା ଶ୍ବଶୁର ଘର, ନବରଂଗପୁରରେ ନିର୍ମାଣାଧୀନ ଘର ଓ ଦୁଇଜଣ ସମ୍ପର୍କୀୟଙ୍କ ନାଁରେ ଥିବା ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢଉ କରୁଛି ।ଦୟାନିଧି ବାଗ ରାୟଗଡ଼ା ଜଳଛାୟା ବିଭାଗର ପୂର୍ବତନ PD ଥିଲେ । ତେବେ ଭିଜିଲାନ୍ସ ପକ୍ଷରୁ ହୋଇଥିବା ଏହି ଚଢାଉରେ ୧୦ ଜଣ ଡିଏସ୍ପି, ୮ଜଣ ଇନ୍ସପେକ୍ଟର, ୧୦ ଜଣେ ଏଏସ୍ଆଇଙ୍କ ବ୍ୟତୀତ ଅନେକ ଅଧିକାରୀ ସାମିଲ ଅଛନ୍ତି । ଭବାନୀପାଟଣା ସ୍ପେଶାଲ ଜଜ୍ ଭିଜିଲାନ୍ସଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢାଉ ଚାଲିଛି ।