IRS ଅଧିକାରୀଙ୍କ ଝିଅକୁ ଦୁଷ୍କର୍ମ ପରେ ଚାର୍ଜର କେବୁଲରେ ତଣ୍ଟି ଚିପି ହତ୍ୟା

ଆଇଆରଏସ ଅଧିକାରୀଙ୍କ ଝିଅକୁ ହତ୍ୟା । ଦୁଷ୍କର୍ମ ପରେ ଚାର୍ଜର କେବୁଲରେ ତଣ୍ଟି ଚିପି ହତ୍ୟା ।ଯୁବତୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିଲା।ଏଭଳି ଏକ ଘଟଣା ରାଜଧାନୀ ଦିଲ୍ଲୀର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଥିବା ଅମର କଲୋନୀରେ ଘଟିଛି । ପୋଲିସ ସନ୍ଦେହ କରୁଛି ଯେ ବଳାତ୍କାର ପରେ ତାଙ୍କୁ ହତ୍ୟା କରାଯାଇଛି । ତଥାପି ପୋଷ୍ଟମର୍ଟମ ରିପୋର୍ଟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ ।ଦିଲ୍ଲୀର ଜଣେ ବରିଷ୍ଠ ରାଜସ୍ୱ ସେବା ଅଧିକାରୀଙ୍କ ୨୨ ବର୍ଷୀୟା ଝିଅଙ୍କୁ ତାଙ୍କ ବାସଭବନରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି ।ଏହି ହତ୍ୟାକାଣ୍ଡ ପଛରେ ପରିବାରର ଜଣେ ପୂର୍ବତନ ଘରୋଇ ସହାୟକର ହାତ ଥିବା ପୋଲିସ ସନ୍ଦେହ କରୁଛି । ପ୍ରାୟ ମାସେ ପୂର୍ବରୁ କୌଣସି କାରଣରୁ ସହାୟକକୁ କାମରୁ ବାହାର କରିଦିଆଯାଇଥିଲା । ପ୍ରତିଶୋଧ ପରାୟଣ ହୋଇ ସେ ଏଭଳି କାଣ୍ଡ ଭିଆଇ ଥାଇପାରେ ବୋଲି ଅନୁମାନ କରାଯାଉଛି । ଅଭିଯୁକ୍ତ ବର୍ତ୍ତମାନ ଫେରାର ଅଛି । ତାକୁ ଧରିବା ପାଇଁ ଦିଲ୍ଲୀ ପୋଲିସ ସ୍ୱତନ୍ତ୍ର ଟିମ୍ ଗଠନ କରିଛି । ଅମର କଲୋନୀ ଏବଂ ଏହାର ଆଖପାଖ ଅଞ୍ଚଳର ସମସ୍ତ CCTV ଫୁଟେଜ୍ ଯାଞ୍ଚ କରାଯାଉଛି । ମୃତ ଝିଅଟି ଇଞ୍ଜିନିୟରିଂ ପଢୁଥିବା ବେଳେ ଏବଂ UPSC ପାଇଁ ପ୍ରସ୍ତୁତି ମଧ୍ୟ କରୁଥିଲେ।

You might also like