ହୋର୍ମୁଜକୁ USର ଅଂଶ ବୋଲି ଦେଖାଇଲେ ଟ୍ରମ୍ପ,ଜବାବ ଦେଲା ଇରାନ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଟ୍ରୁଥ୍ ସୋସିଆଲ୍ ଏକ ନକ୍ସା ପୋଷ୍ଟ ପରି ସାରା ଦୁନିଆରେ ହଇଚଇ ସୃଷ୍ଟି କରିଛନ୍ତି । ଟ୍ରମ୍ପ ନୂଆ ନକ୍ସରେ ହର୍ମୁଜ ପ୍ରଣାଳୀକୁ ସିଧାସଳଖ ଆମେରିକାର ଅଞ୍ଚଳ ବୋଲି ଘୋଷଣା କରିଛନ୍ତି । ପୋଷ୍ଟ କରାଯାଇଥିବା ନକ୍ସାରେ ଇରାନ ଏବଂ ଓମାନ ମଧ୍ୟରେ ସ୍ଥିତ ହର୍ମୁଜ ପ୍ରଣାଳୀକୁ ରାଉଣ୍ଡ ବୁଲାଯାଇ NEW U.S. Territory ଲେଖା ଯାଇଛି । ଏହାକୁ ନେଇ କଡ଼ା ଜବାବ ରଖିଛି ଇରାନ ।ଇରାନର ଉପ ବୈଦେଶିକ ମନ୍ତ୍ରୀ କାଜେମ ଗରିବାବାଦି ଓ ସୁପ୍ରିମ ନ୍ୟାସନାଲ ସିକ୍ୟୁରିଟି କାଉନସିଲର ମୁଖ୍ୟ ମୋହସିନ ରେଜାଇ ଟ୍ରମ୍ପଙ୍କ ଦାବିକୁ ଖାରଜ କରିଛନ୍ତି । ଟ୍ରମ୍ପଙ୍କ ଏହି ଦାବିକୁ ‘ଭ୍ରମାତ୍ମକ’ ବୋଲି କହିଛନ୍ତି । ଅନ୍ୟପଟେ ଯେ ପର୍ଯ୍ୟନ୍ତ ଆମେରିକା ସର୍ତ୍ତ ଗୁଡିକ ପୂରଣ ନକରିଛି, ସେ ପର୍ଯ୍ୟନ୍ତ ହୋର୍ମୁଜ ପ୍ରଣାଳୀ ଖୋଲିବାର ପ୍ରଶ୍ନ ଉଠୁନାହିଁ ବୋଲି ଇରାନ ସଂସଦର ଅଧ୍ୟକ୍ଷ ମହମ୍ମଦ ବାଘେର କହିଛନ୍ତି ।