ପିଲାଙ୍କ ପ୍ୟାଣ୍ଟରେ ବିଛୁଆତି ପୂରାଇ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

ଭୁବନେଶ୍ୱର (ରାଜ୍ୟକାହାଣୀ )ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଳିଆପାଣି ସାରୁଆବିଲ ସ୍କୁଲର ପ୍ରଧାନଶିକ୍ଷକଙ୍କ ହୀନ କାର୍ଯ୍ୟକଳାପ ପାଇଁ ଚାକିରିରୁ ନିଲମ୍ବିତ ।ଗତ ୧୭ ତାରିଖରେ ବିଦ୍ୟାଳୟରେ ଏଭଳି ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିଥିଲେ ପ୍ରଧାନଶିକ୍ଷକ । ୧୦ ଜଣ ଛାତ୍ରଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ପୁରାଇ ଦେବାରୁ ପିଲାମାନେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ଅଭିଭାବକ ମାନେ ଏହା ଜାଣିବା ପରେ ସ୍କୁଲକୁ ଆସି ପ୍ରଧାନ ଶିକ୍ଷକଙ୍କୁ ପଚାରିବା ସହିତ ହୋହଲ୍ଲା କରିଥିଲେ । ତେବେ ଶିକ୍ଷକ ନିଜ ଦୋଷ ସ୍ୱୀକାର କରି ଏଭଳି ଘଟଣାର ପୁନରାବୃତ୍ତି ନକରିବାକୁ ଲିଖିତ ପ୍ରତିଶୃତି ଦେବା ପରେ ମାମଲାର ଆପୋଷ ସାମାଧାନ ହୋଇଥିଲା । ତେବେ ଏଭଳି ଘଟଣାକୁ ନିନ୍ଦା କରାଯିବା ସହ ଅଭିଯୁକ୍ତ ଶିକ୍ଷକଙ୍କ ନାଁରେ ଶୃଙ୍ଖଳାଗତ ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଥିଲା । ଶେଷରେ ତଦନ୍ତ କରି ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ସୁକିନ୍ଦା ବିଇଓ । ଏହି ସମୟରେ ଦରମା ବନ୍ଦ ରହିବ। ସେ ସ୍କୁଲ ଓ ଅଫିସକୁ ଯିବେ ନାହିଁ । ପ୍ରତିଦିନ ଅଫିସରେ ରିପୋର୍ଟ କରିବେ ।

You might also like