ଆଜି ନନ୍ଦନକାନନ ପାଳୁଛି ୬୬ ତମ ପ୍ରତିଷ୍ଠା ଦିବସ । ୨୫ ବର୍ଷ ପରେ ନନ୍ଦନକାନନରେ ଖୋଲିଲା ଓଧ ଖୁଆଡ଼

ଭୁବନେଶ୍ୱର (ରାଜ୍ୟକାହାଣୀ )ଆଜି ନନ୍ଦନକାନନ ପାଳୁଛି ୬୬ ତମ ପ୍ରତିଷ୍ଠା ଦିବସ । ପ୍ରତିବର୍ଷ ଡିସେମ୍ବର ୨୯ ତାରିଖରେ ନନ୍ଦନକାନନରେ ତାର ପ୍ରତିଷ୍ଠା ଦିବସ ପାଳନ କରି ଆସୁଛି । ଆଜି ପ୍ରତିଷ୍ଠା ଦିବସ ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗ ଦେଇ ବିଭିନ୍ନ ନୂତନ ଖୁଆଡର ଶୁଭ ଉଦଘାଟନ କରିଛନ୍ତି |କଲରାପତରିଆ ବାଘ ଖୁଆଡ, ତୃଣଭୋଜୀ କ୍ୱାରେଣ୍ଟାଇନ ଓ ସରୀସୃପ କ୍ୱାରେଣ୍ଟାଇନ ପ୍ରାଣୀ ଉଦ୍ୟାନରେ ଜନ୍ମ ଗ୍ରହଣ କରିଥିବା ବାଘ ଛୁଆ, ସିଂହ ଛୁଆ, ସିମ୍ପାଞ୍ଜି ଛୁଆଙ୍କ ନାମ କରଣ କରାଯାଇଛି |ଧଳା ବାଘୁଣୀ ରୂପାର ଦୁଇ ଅଣ୍ଡିରା ଛୁଆ ଅରୁଣ, ଅର୍ଜୁନ, ଧଳା ବାଘୁଣୀ ମୌସୁମୀର ମାଈ ଛୁଆ ଅନନ୍ୟା, ବାଘୁଣୀ ଅଙ୍କିତର ଛୁଆ କାହ୍ନ, ସିଂହ ରେବା ଛୁଆ ରକି, ମାଈ ଛୁଆ ଲକି, ସିଂହୀ ବିଜୁଳିର ଛୁଆ ହର୍ଷ ଓ ଧ୍ରୁବ, ଗୋଟିଏ ମାଈ ଛୁଆ ଶ୍ରେୟା, ସିମ୍ପାଜି ଦୁର୍ଗାର ଅଣ୍ଡିରା ଛୁଆ ସୁରଜ, ସିମ୍ପାଜି ରାଖୀର ଅଣ୍ଡିରା ଛୁଆ ଇସାନ, ହିମାଳୟ କଳାଭାଲୁ ମନିର ମାଈଛୁଆ ସୁଭଦ୍ରା ରଖାଯାଇଛି ।ନନ୍ଦନକାନନକୁ ବିଶ୍ବସ୍ତରୀୟ ଚିଡ଼ିଆଖାନା କରିବା ଲକ୍ଷ୍ୟରେ ସରକାରଙ୍କ ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ଵାରା ୨ ଶହ କୋଟି ଟଙ୍କା ନନ୍ଦନକାନନକୁ ପ୍ରଦାନ କରାଯାଇଛି।

You might also like