H-1B ଭିସା ହେବ ମହଙ୍ଗା, ପ୍ରାୟ ୧ ଲକ୍ଷ ଡଲାର ଫି’ ପ୍ରସ୍ତାବ କଲା ଆମେରିକା
H-1B ଭିସା ହେବ ମହଙ୍ଗା । ପ୍ରାୟ ୧ ଲକ୍ଷ ଡଲାର ଫି’ ପ୍ରସ୍ତାବ କଲା ଆମେରିକା ।ପ୍ରସ୍ତାବିତ ନିୟମ ଅନୁସାରେ H-1B ଭିସା ପାଇଁ ଫି’ ୧ ଲକ୍ଷ ଡଲାରରୁ ଅଧିକ ହୋଇପାରେ । ଏହାର ପ୍ରଭାବ ଭାରତୀୟ ଟେକ୍ ପ୍ରଫେସନାଲ ଓ ଆମେରିକାରେ କର୍ମଚାରୀ ପଠାଉଥିବା IT କମ୍ପାନୀ ଉପରେ ପଡ଼ିବା ଆଶଙ୍କା ରହିଛି । H-1B ଭିସା ହେଉଛି ଆମେରିକାରେ ବିଦେଶୀ କୁଶଳୀ କର୍ମଚାରୀଙ୍କୁ ଚାକିରି କରିବାର ସୁଯୋଗ ଦେଉଥିବା ଏକ ପ୍ରମୁଖ ଭିସା ବ୍ୟବସ୍ଥା। ବିଶେଷକରି ଭାରତୀୟ IT ପ୍ରଫେସନାଲମାନେ ଏହି ଭିସାର ବଡ଼ ଅଂଶର ଲାଭ ନେଇଥାନ୍ତି ।ତେବେ ଏବେ H-1B ଭିସା ଫି’କୁ ନେଇ ଆମେରିକା ସରକାରଙ୍କ ପ୍ରସ୍ତାବିତ ପରିବର୍ତ୍ତନ ଚିନ୍ତା ବଢ଼ାଇଛି। ନୂଆ ଫି’ ଲାଗୁ ହେଲେ ଆମେରିକୀୟ କମ୍ପାନୀଗୁଡ଼ିକ ପାଇଁ ବିଦେଶୀ କର୍ମଚାରୀଙ୍କୁ H-1B ଭିସାରେ ନିଯୁକ୍ତି କରିବା ଅଧିକ ମହଙ୍ଗା ହୋଇପାରେ । ଏହାର ସିଧାସଳଖ ପ୍ରଭାବ ଭାରତୀୟ IT କର୍ମଚାରୀଙ୍କ ଉପରେ ପଡ଼ିବ କି ନାହିଁ, ସେନେଇ ମଧ୍ୟ ପ୍ରଶ୍ନ ଉଠିଛି। ଅନେକ ଭାରତୀୟ IT ପ୍ରଫେସନାଲ ଆମେରିକାରେ ଚାକିରି ପାଇଁ H-1B ଭିସା ଉପରେ ନିର୍ଭର କରନ୍ତି । ତେବେ ଏହି ପ୍ରସ୍ତାବ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଏବଂ ଏହା କେବେଠାରୁ କିପରି ଲାଗୁ ହେବ, ତାହା ଉପରେ ଏବେ ନଜର ରହିଛି। DHSର ପ୍ରସ୍ତାବ ଅନୁସାରେ, ଏହି ଫି’ରୁ ବର୍ଷକୁ ବିପୁଳ ରାଜସ୍ୱ ଆସିପାରେ । ଏହି ଅର୍ଥ immigration processing, fraud detection, national-security vetting ଓ ଅନ୍ୟାନ୍ୟ immigration-related କାର୍ଯ୍ୟର ଖର୍ଚ୍ଚ ପୂରଣରେ ବ୍ୟବହାର କରିବା ଲକ୍ଷ୍ୟ ରହିଛି । ବିଶେଷ କଥା ହେଉଛି, H-1Bକୁ ନେଇ ପୂର୍ବରୁ ୧ ଲକ୍ଷ ଡଲାର ଫି’ ସମ୍ପର୍କିତ ପଦକ୍ଷେପ ଆଇନଗତ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା । କୋର୍ଟରେ ଝଟକା ପରେ ଏବେ DHS ପକ୍ଷରୁ 1ଲକ୍ଷ ୩ ହଜାର ୨୬୫ ଡଲାରର ନୂଆ ଫି’ ପ୍ରସ୍ତାବ ଆସିଛି ।