ହଠାତ୍‌ ହଜାର ହଜାର ଟଙ୍କା କମିଗଲା ସୁନା ଦର

କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ସୁନା ଏବଂ ରୁପା ମୂଲ୍ୟରେ ବ୍ରେକ୍‌ ଲାଗିଛି। ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରାୟ ୮,୦୦୦ ହ୍ରାସ ପାଇଛି। ଗତକାଲି ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ ୧,୭୮,୮୫୦ ଥିଲା, ଯାହା ଆଜି ୧,୭୦,୬୨୦। ଏହା ୮,୨୩୦ ହ୍ରାସକୁ ପାଇଛି।ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୭୦,୬୨୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୫୬,୪୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୭୦,୬୨୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୫୬,୪୦୦ ଟଙ୍କାକୁ ପହଞ୍ଚିଛି ।ସୁନା ପରି, ଆଜି ରୁପାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ୧ କିଲୋଗ୍ରାମ ରୂପାର ମୂଲ୍ୟ ୧୫,୦୦୦ ହ୍ରାସ ପାଇଛି। ଗତକାଲି ପ୍ରତି କିଲୋଗ୍ରାମ ରୁପାର ମୂଲ୍ୟ ୪,୧୦,୦୦୦ରେ ପହଞ୍ଚିଥିଲା, ଯାହା ବର୍ତ୍ତମାନ ୩,୯୫,୦୦୦।

You might also like