ଗ୍ରାହକଙ୍କ ପାଇଁ ଖୁସି ଖବର, ପୁଣି କମିଲା ସୁନା ରୂପା ଦର

କ୍ରାଶ୍ କରିଘଲା ସୁନା ଏବଂ ରୁପା । ଆଉ ଥରେ ଦୁଇ ଦାମୀ ଧାତୁର ଦାମ୍ ଖସି ଯାଇଛି । ଏହାସହ ଦୁଇ ଦିନ ଧରି ଉପରକୁ ଉଠୁଥିବା ସେୟାର ବଜାର ମଧ୍ୟ ତଳକୁ ଖସିଛି ।ଆଜି ସକାଳେ ସେୟାର ମାର୍କେଟ ଖୋଲିବା ମାତ୍ରେ ୨୪କ୍ୟାରେଟ ସୁନାର ମୂଲ୍ୟ ୫ହଜାର ହ୍ରାସ ପାଇଛି । ୧୦ଗ୍ରାମ ପିଛା ୨୪କ୍ୟାରେଟ୍‌ ସୁନାର ଦାମ୍‌ ୧ଲକ୍ଷ ୫୪ହଜାର ୫୭୦ ହୋଇଛି । ଗତକାଲି ଏହା ୧ଲକ୍ଷ ୫୯ହଜାର ୫୯୦ ରହିଥିଲା ।ସେହିପରି ୨୨କ୍ୟାରେଟ ସୁନା ୪ହଜାର ୬୦୦ କମିଛି । ୧୦ଗ୍ରାମ୍‌ ପିଛା ୨୨କ୍ୟାରେଟ୍‌ ସୁନାର ଦାମ୍‌ ୧ଲକ୍ଷ ୪୧ହଜାର ୭୦୦ ହୋଇଛି । ଗତକାଲି ଏହା ୧ଲକ୍ଷ ୪୬ହଜାର ୩୦୦ ହୋଇଥିଲା ।ଅନ୍ୟପଟେ ରୂପା ଦର ମଧ୍ୟ ହ୍ରାସ ପାଇଛି । ପୁଣି ୨୦ହଜାର କମିଲା ରୂପା ଦର । ୧କିଲୋଗ୍ରାମ ରୂପାର ଦାମ୍‌ ୨୦ହଜାର ଟଙ୍କା ହ୍ରାସ ପାଇ ୩ଲକ୍ଷରେ ପହଞ୍ଚିଛି ।

You might also like