ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ପରେ ସୋସିଆଲ ମିଡିଆରେ ‘ଦିମାଗି ନକ୍ସଲ ଜନତା ପାର୍ଟି’ ଆକାଉଣ୍ଟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାମ୍ପ୍ରତିକ ‘ଦିମାଗି ନକ୍ସଲ’ ମନ୍ତବ୍ୟକୁ ନେଇ ରାଜନୈତିକ ବିବାଦ ମଧ୍ୟରେ ସୋସିଆଲ ମିଡିଆରେ ‘ଦିମାଗି ନକ୍ସଲ ଜନତା ପାର୍ଟି’ (DNJP) ନାମରେ ଏକ ନୂତନ X ଆକାଉଣ୍ଟ ସାମ୍ନାକୁ ଆସିଛି । ଆକାଉଣ୍ଟର ପ୍ରାରମ୍ଭିକ ପୋଷ୍ଟଗୁଡ଼ିକ ମଧ୍ୟରୁ ଗୋଟିଏ ପୋଷ୍ଟରେ ଲେଖାଯାଇଛି, “ଆମେ ଭଗତ ସିଂହଙ୍କ ଅନୁଗାମୀ… ଯଦି ସେମାନେ ଆମ ଆକାଉଣ୍ଟକୁ ସସପେଣ୍ଡ କରିବାକୁ ଚେଷ୍ଟା କରନ୍ତି କିମ୍ବା ଆମକୁ ରାଷ୍ଟ୍ର-ବିରୋଧୀ ବୋଲି ଲେବଲ୍ କରିବାକୁ ଚେଷ୍ଟା କରନ୍ତି.. ତେବେ ଜାଣି ରଖନ୍ତୁ – ସେମାନେ ଭଗତ ସିଂହଙ୍କୁ ଅସମ୍ମାନ କରୁଛନ୍ତି ।” ଇନଷ୍ଟାଗ୍ରାମରେ ଏହାର ଲକ୍ଷେରୁ ଅଧିକ ଫଲୋଅର୍ସ ଅଛନ୍ତି। ଆଜି ସୋମବାର ସକାଳ ସୁଦ୍ଧା, ‘ଦିମାଗି ନକ୍ସଲ ଜନତା ପାର୍ଟି’ ଆକାଉଣ୍ଟ, କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଆପ ନେତା ଏବଂ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ୟୁଟ୍ୟୁବର ଧ୍ରୁବ ରାଠି, ହାସ୍ୟ ଅଭିନେତା କୁନାଲ କାମରା, ଅଭିନେତା ପ୍ରକାଶ ରାଜ ଏବଂ ଫ୍ୟାକ୍ଟ-ଚେକର ମହମ୍ମଦ ଜୁବୈରଙ୍କ ସମେତ 13ଟି ଆକାଉଣ୍ଟକୁ ଫଲୋ କରିଛି ।ସ୍ୱାଧୀନତା ଦିବସର ଭାଷଣରେ ପ୍ରଧାନମନ୍ତ୍ରୀ ‘ଦିମାଗି ନକ୍ସଲ’ ମାନସିକତା ଥିବା ଲୋକଙ୍କ ସମ୍ପର୍କରେ ଉଲ୍ଲେଖ କରିବା ପରେ ଏହି ଆକାଉଣ୍ଟର କାର୍ଯ୍ୟକଳାପ ଆରମ୍ଭ ହୋଇଛି। ଏହି ମନ୍ତବ୍ୟ ରାଜନୈତିକ ପ୍ରତିକ୍ରିୟା ସୃଷ୍ଟି କରିଛି। ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ କହିଛନ୍ତି ଯେ, ସେ ‘ଦିମାଗି ନକ୍ସଲ’ ହୋଇଥିବାରୁ ଗର୍ବିତ।
କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ପରେ ସ୍ପଷ୍ଟ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ବିରୋଧୀ ନେତାମାନଙ୍କୁ ‘ଦିମାଗି ନକ୍ସଲ’ ବୋଲି ନିର୍ଦ୍ଦିଷ୍ଟ ଭାବରେ ଉଲ୍ଲେଖ କରିନଥିଲେ। ରିଜିଜୁ କହିଛନ୍ତି ଯେ ଏହି ଶବ୍ଦଟି ସେହି ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନେ ମାଓବାଦୀଙ୍କୁ ସମର୍ଥନ କରନ୍ତି ଏବଂ ଭାରତୀୟ ସମ୍ବିଧାନକୁ ପ୍ରତ୍ୟାଖ୍ୟାନ କରନ୍ତି, ବିଚ୍ଛିନ୍ନତାବାଦୀମାନଙ୍କୁ ସମର୍ଥନ କରନ୍ତି, ଧାରା ୩୭୦କୁ ସମର୍ଥନ କରନ୍ତି କିମ୍ବା ଉତ୍ତର-ପୂର୍ବକୁ ଭାରତର ଅନ୍ୟାନ୍ୟ ଅଂଶ ସହିତ ସଂଯୋଗ କରୁଥିବା ଚିକେନ ନେକ୍‌କୁ ବିରୋଧ କରନ୍ତି।

You might also like