ମଦ ପିଇ ସ୍କୁଲକୁ ଝୁଲି ଝୁଲି ଆସିଲେ ସାର୍ !ଶିକ୍ଷକଙ୍କୁ ବିଦ୍ୟାଳୟରୁ ଟେକି ନେଇ ବାହାରେ ଛାଡ଼ିଲେ ଯୁବକ

ଭୁବନେଶ୍ୱର (ରାଜ୍ୟକାହାଣୀ )ମଦ ପିଇ ସ୍କୁଲକୁ ଝୁଲି ଝୁଲି ଆସିଲେ ସାର୍। ଦାରିଙ୍ଗବାଡି ବ୍ଲକ ଗୁମିକିଆ ପଞ୍ଚାୟତର ସୁକାଲାଦା ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଧନୁଞ୍ଜୟ ଦଣ୍ଡିଆ ସବୁବେଳେ ମଦ ପିଇ ସ୍କୁଲକୁ ଆସୁଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଇବା ବଦଳରେ ଚୌକିରେ ନିଘୋଡ଼ ନିଦ୍ରାରେ ଶୋଇ ପଡୁଛନ୍ତି। ଗାଁରେ ଏନେଇ ମିଟିଂ କରି ଶିକ୍ଷକଙ୍କୁ ତାଗିଦ୍ କରିବା ସତ୍ତ୍ଵେ ଧନୁଞ୍ଜୟ ସୁଧୁରୁ ନାହାଁନ୍ତି। ପୁଣି ଥରେ ମଦ ପିଇ ସ୍କୁଲକୁ ଆସିଛନ୍ତି। ଯେଉଁଥିପାଇଁ ଗ୍ରାମର ଜଣେ ଯୁବକ ତାଙ୍କୁ ଠେଲି ଠେଲି ସ୍କୁଲ ପରିସରରୁ ବାହାର କରି ରାସ୍ତାରେ ଛାଡ଼ିଛନ୍ତି। ଏହି ଘଟଣା ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।ଏହି ମଦ୍ୟପ ଶିକ୍ଷକଙ୍କ ପାଇଁ ବିଦ୍ୟାଳୟ ବଦନାମ ହେଉଛି ବୋଲି ଗ୍ରମବାସୀ କହିଛନ୍ତି। ତୁରନ୍ତ ଏଭଳି ଶିକ୍ଷକକୁ ଏଠାରୁ ବଦଳି କରି ନୂତନ ଶିକ୍ଷକ ନିଯୁକ୍ତି ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

You might also like