DGCAର ବଡ଼ ପଦକ୍ଷେପ, ଏୟାର ଇଣ୍ଡିଆ ଏକ୍ସପ୍ରେସର ୮ ଜଣ କ୍ରୁ ସଦସ୍ୟ ନିଲମ୍ବିତ

ଏୟାର ଇଣ୍ଡିଆ ଏକ୍ସପ୍ରେସ ୮ ଜଣ କ୍ରୁ ସଦସ୍ୟଙ୍କୁ ତିନି ମାସ ପାଇଁ ନିଲମ୍ବନ କରିଛି । ଫ୍ଲାଇଟ୍ ପରେ ଆବଶ୍ୟକ ଡିକ୍ଲାରେସନ୍ ପୂରଣ କରିବାରେ ବିଳମ୍ବ ହେବାରୁ ଏହି ପଦକ୍ଷେପ ନିଆଯାଇଛି ବୋଲି ସୂଚନା ମିଳିଛି । ଏହି ଘଟଣା ଅଗଷ୍ଟ ୨ ତାରିଖରେ ଦୁବାଇରୁ ଅମୃତସର ଆସୁଥିବା ଏକ ବିମାନ ଅବତରଣ କରିବା ପରେ ଘଟିଥିଲା । ନିୟମ ଅନୁସାରେ ବିମାନ ଭାରତରେ ଲ୍ୟାଣ୍ଡ କରିବାର ଦୁଇ ଘଣ୍ଟା ମଧ୍ୟରେ କ୍ରୁ ସଦସ୍ୟମାନଙ୍କୁ ପୋଷ୍ଟ-ଫ୍ଲାଇଟ୍ ଡିକ୍ଲାରେସନ୍ ପୂରଣ କରିବାକୁ ପଡ଼େ। କିନ୍ତୁ ଏହି ଘଟଣାରେ ୩୫ ମିନିଟ୍ ବିଳମ୍ବ ହୋଇଥିଲା ଏବଂ କ୍ରୁ ସଦସ୍ୟମାନେ ଲ୍ୟାଣ୍ଡିଂର ଦୁଇ ଘଣ୍ଟା ୩୫ ମିନିଟ୍ ପରେ ଡିକ୍ଲାରେସନ୍ ଦାଖଲ କରିଥିଲେ ।ଏକ ଏୟାରବସ୍ A320 ବିମାନର ଉଚ୍ଚତା ଯେତେବେଳେ ହଠାତ୍ ପ୍ରାୟ ୩୦୦ ଫୁଟ୍ କମିଯାଇଥିଲା ସେହି ସମୟରେ ଏୟାରଲାଇନ୍ କ୍ରୁ ସଦସ୍ୟଙ୍କ ମଧ୍ୟରେ ସାଇକୋଆକ୍ଟିଭ୍ ସବ୍‌ଷ୍ଟାନ୍ସ (ନିଶାଦ୍ରବ୍ୟ) ଯାଞ୍ଚ ପୁଣି ଆରମ୍ଭ କରାଯାଇଥିଲା । ଏହି ଘଟଣା ପରେ ନିର୍ଦ୍ଧାରିତ ନିୟମ ଅନୁସାରେ ବିମାନର ଉଭୟ ପାଇଲଟଙ୍କର ସାଇକୋଆକ୍ଟିଭ୍ ସବ୍‌ଷ୍ଟାନ୍ସ ସ୍କ୍ରିନିଂ କରାଯାଇଥିଲା । ପାଇଲଟ୍-ଇନ୍-କମାଣ୍ଡଙ୍କ ପ୍ରାରମ୍ଭିକ ସ୍କ୍ରିନିଂ ଫଳାଫଳ ପରେ କନଫର୍ମେଟରି ଟେଷ୍ଟିଂର ଆବଶ୍ୟକତା ପଡ଼ିଥିଲା। ଏହା ପରେ DGCA ପକ୍ଷରୁ ପରବର୍ତ୍ତୀ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଉଭୟ ପାଇଲଟଙ୍କୁ ରୋଷ୍ଟରରୁ ହଟାଇ ଦିଆଯାଇଥିଲା।

ସୂଚନା ଅନୁଯାୟୀ, “ସାଇକୋଆକ୍ଟିଭ୍ ସବ୍‌ଷ୍ଟାନ୍ସ ଯାଞ୍ଚ ପାଇଁ ଏୟାରଲାଇନ୍‌ର ବାଧ୍ୟତାମୂଳକ ନିୟମ ଅନୁସାରେ ସମସ୍ତ କ୍ରୁ ସଦସ୍ୟଙ୍କର ଟେଷ୍ଟ କରାଯାଇଥିଲା ଏବଂ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା ।”ସେମାନେ ଆହୁରି କହିଥିଲେ ଯେ, “ଏହି ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ DGCAକୁ ଅବଗତ କରାଯାଇଥିଲା ଏବଂ ଏୟାରଲାଇନ୍ ପକ୍ଷରୁ ୮ ଜଣ କ୍ରୁ ସଦସ୍ୟଙ୍କୁ ତିନି ମାସ ପାଇଁ ନିଲମ୍ବନ କରିବାର ନିଷ୍ପତ୍ତି ନିଆଯାଇଥିଲା ।”

You might also like