‘ସମୀକ୍ଷା’ ପୋର୍ଟାଲ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ରାଜ୍ୟକାହାଣୀ )ଷଷ୍ଠ ରାଜ୍ୟ ଅର୍ଥ ଆୟୋଗ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି। ଆୟୋଗ ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। କିଛି ଦିନ ପୂର୍ବରୁ ଏହି ରିପୋର୍ଟ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କୁ ପ୍ରଦାନ କରାଯାଇଥିଲା। ଆଜି ମୁଖ୍ୟମନ୍ତ୍ରୀ ‘ସମୀକ୍ଷା’ ପୋର୍ଟାଲର ମଧ୍ୟ ଉନ୍ମୋଚନ କରିଛନ୍ତି ଯାହା ରାଜ୍ୟ ଅର୍ଥ ଆୟୋଗ ଓ କେନ୍ଦ୍ର ଅର୍ଥ ଆୟୋଗ ଅନୁଦାନ ଅଧୀନରେ ରାସ୍ତା, ପାନୀୟ ଜଳ ଯୋଗାଣ, ପରିମଳ, ରାସ୍ତା ଆଲୋକୀକରଣ, ପାର୍କ ଏବଂ ସାଧାରଣ ଉପଯୋଗିତା ଇତ୍ୟାଦି ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନର ଅଗ୍ରଗତି ବିଷୟରେ ପ୍ରକୃତ ସୂଚନା ପ୍ରଦାନ କରିବ। ନାଗରିକ, ନିର୍ବାଚିତ ପ୍ରତିନିଧି କିମ୍ବା ଯେକୌଣସି ବ୍ୟକ୍ତି https://samikshya.odisha.gov.in ଲିଙ୍କ୍ ମାଧ୍ୟମରେ ପୋର୍ଟାଲରେ ପ୍ରବେଶ କରି ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନର ଅଗ୍ରଗତି ତଦାରଖ କରିପାରିବେ ।

You might also like