ଅତିରିକ୍ତ କମିଶନର ରତ୍ନାକର ସାହୁ ଅସୁସ୍ଥ

ରାଜ୍ୟ କାହାଣୀ (ଭୁବନେଶ୍ୱର )ବିଏମଏସି ଅଫିସରେ ଅତିରିକ୍ତ କମିଶନର ରତ୍ନାକର ସାହୁ ଅସୁସ୍ଥ । ଅଫିସରେ କାମ କରୁଥିବା ସମୟରେ ହୋଇଯାଇଥିଲେ ଚେତାଶୂନ୍ୟ । ଅସୁସ୍ଥ ଅନୁଭବ କରିବାରୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଛାତି ଯନ୍ତ୍ରଣା ଏବଂ ଯେଉଁଠି ଆକ୍ରମଣ ବେଳେ ଆହତ ହୋଇଥିଲେ ସେହି ଜାଗାରେ ଚିକିତ୍ସା କରାଯାଉଛି। ତଳି ପେଟରେ ବହୁତ୍ ଆଘାତ ଲାଗିଥିବାରୁ ଅସହ୍ୟ ହୋଇପଡ଼ିଛନ୍ତି। ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। କାର୍ଯ୍ୟରତ ସମୟରେ ଅଫିସ ଭିତରେ ଅସୁସ୍ଥ ହେବାରୁ ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ୍‌ ନିଆଯାଇଛି।ସୂଚନାଯୋଗ୍ୟ, ବିଏମ୍‌ସିର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କ ଉପରେ ସୋମବାର ବିଏମସି କାର୍ଯ୍ୟାଳୟରେ ହିଁ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ସାପ୍ତାହିକ ଜନଶୁଣାଣି ସମୟରେ କିଛି ବ୍ୟକ୍ତି ତାଙ୍କ କାର୍ଯ୍ୟାଳୟକୁ ପଶି ତାଙ୍କୁ ଗାଳିଗୁଳଜ କରିବା ସହ ଶାରୀରିକ ଆକ୍ରମଣ କରିଥିଲେ।

You might also like