ବିଜେପିର ସଂଗଠନ ଅଭିଯାନ, ଡିସେମ୍ବର ୧ରୁ ପ୍ରବାସରେ ଯିବେ ମନ୍ତ୍ରୀ ଓ ବିଧାୟକ

ଭୁବନେଶ୍ଵର ( ରାଜ୍ୟ କାହାଣୀ) ବିଜେପିର ସଂଗଠନ ଅଭିଯାନ। ଡିସେମ୍ବର ୧ରୁ ପ୍ରବାସରେ ଯିବେ ମନ୍ତ୍ରୀ ଓ ବିଧାୟକ ।ସମସ୍ତ ବିଧାୟକ, ମନ୍ତ୍ରୀ ଏଥିରେ ସାମିଲ ହେବେ । ଯେଉଁ ବିଧାୟକଙ୍କୁ ଯେଉଁ ନିର୍ବାଚନମଣ୍ଡଳୀ ଦାୟିତ୍ୱ ଦିଆଯିବ, ସେ ସେଠାକୁ ଯାଇ ସାଂଗଠନିକ ସ୍ଥିତି ଏବଂ ଲୋକଙ୍କ କଥା ବୁଝିବେ । ସେଠାରୁ ଫେରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବେ । ଶୁକ୍ରବାର ବିଧାନସଭା ସରିବା ପରେ ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ନିବାସରେ ବସିଥିବା ବଡ଼ ବୈଠକରେ ଏଭଳି ନିଷ୍ପତ୍ତି ହୋଇଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି ।ବୈଠକରୁ ବାହାରି କିଛି ବିଧାୟକ, ମନ୍ତ୍ରୀ ସୂଚନା ଦେଇଛନ୍ତି, ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଆସୁଥିବାରୁ ବିଜେପି ପ୍ରତି ନିର୍ବାଚନମଣ୍ଡଳୀରେ ନିଜର ସଂଗଠନକୁ ମଜବୁତ କରିବ । ଯାହା ବି ଦୋଷ ତ୍ରୁଟି ଥିବ, ତାହାର ତତ୍କାଳ ସଂଶୋଧନ କରାଯିବ ।ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ବୃଦ୍ଧି, ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଏବଂ ଜନସମ୍ପର୍କ ବଢ଼ାଇବା ଉପରେ ଏହି ଅଭିଯାନରେ ଗୁରୁତ୍ୱ ରହିବ ।ଡିସେମ୍ବର ୧ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପ୍ରବାସ କାର୍ଯ୍ୟକ୍ରମ।

You might also like