ଲୋୟର ପିଏମଜିରେ MMDRକୁ ନେଇ ଗର୍ଜିଲା ବିଜେଡି । ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

MMDRକୁ ନେଇ ଗର୍ଜିଲା ବିଜେଡି । ଲୋୟର ପିଏମଜିରେ ବିଶାଳ ଗଣବିକ୍ଷୋଭ ସହ ବିଧାନସଭା ଘେରାଉ କରୁଛି BJD । ବିଧାନସଭା ସମ୍ମୁଖରେ ଆଦିବାସୀଙ୍କ ମେଳି । MMDRକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ । ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଆଦିବାସୀ ନୃତ୍ୟକରି ବିକ୍ଷୋଭ ପ୍ରଦର୍ଶନ । ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ବିଜେଡି ନେତ୍ରୀ ସୁଜାତା ରାଉତ ଏଥିରେ ଯୋଗଦେଇଛନ୍ତି ।ଏମଏମଡିଆର  ଆକ୍ଟକୁ ନେଇ ଗତ କିଛି ଦିନ ଧରି ଓଡ଼ିଶା ବିଧାନସଭାରେ ତାତି ଜାରି ରହିଛି । ବିଜେଡି ଓ କଂଗ୍ରେସ ଏହି ଆଇନର ପ୍ରତ୍ୟାହାର ଦାବି କରି ବିରୋଧ ପ୍ରଦର୍ଶନ କରିଆସୁଛନ୍ତି । ଏହି ପ୍ରସଙ୍ଗକୁ ନେଇ ଗତ ସପ୍ତାହରେ ଲଗାତାର ଦିନ ଗୃହ କାର୍ଯ୍ୟ ପ୍ରଭାବିତ ହୋଇଥିଲା । ବିଜେଡିର ଅଭିଯୋଗ ହେଉଛି, ନୂଆ MMDR ବ୍ୟବସ୍ଥା ଖଣି ଓ ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାର ଏବଂ ରାଜସ୍ୱକୁ ପ୍ରଭାବିତ କରିପାରେ । ଏହି ଦାବିକୁ ନେଇ ଦଳ ଆନ୍ଦୋଳନ ଜାରି ରଖିଛି ।MMDRକୁ BJP ବିରୋଧରେ ଗର୍ଜିଲେ ସୁଜାତା । ଓଡ଼ିଶା ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ବିଜେପି ସରକାର । ସୁଜାତା କହିଛନ୍ତି, ମା’ ଲକ୍ଷ୍ମୀକୁ ଘର ଦୁଆରୁ ଫେରାଇ ଦେଲେ ବିଜେପି ନେତା ।ଗୃହ ଭିତରେ ବିଜେଡି ଓ କଂଗ୍ରେସ ସଦସ୍ୟ ମାନେ ଜୋରଦାର ନାରାବାଜି କରିବା ସହିତ ପୋଷ୍ଟର, ବ୍ୟାନର ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିଯୋଗୁଁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଛି ।

You might also like