ରାଜଧାନୀ ଭୁବନେଶ୍ବରରେ ଥିବା ନିକୋ ପାର୍କର ହେବ ନବକଳେବର

ଭୁବନେଶ୍ୱର (ରାଜ୍ୟକାହାଣୀ )ଭୁବନେଶ୍ୱର ନିକୋ ପାର୍କରେ ହେବ ନବ କଳେବର । ଏନେଇ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ପିଲାଙ୍କ ମନୋରଞ୍ଜନ ସହ ମାର୍କେଟ କମ୍ପେ୍ଲକ୍ସ ଓ ଫୁଡ୍ ପାର୍କ ନିର୍ମାଣ ହେବ ।ଏହି ନବକଳେବର ପାଇଁ ମୋଟ ୬୦୦କୋଟି ଟଙ୍କାର ଅର୍ଥ ମଞ୍ଜୁର କରାଯାଇଛି । ମୋଟ ୩ଟି ପର୍ଯ୍ୟାୟରେ ଏହି କାର୍ଯ୍ୟ କରାଯିବ । ପ୍ରତି ପର୍ଯ୍ୟାୟରେ ୨୦୦କୋଟି ଲେଖାଏଁ ଖର୍ଚ୍ଚ ହେବ । କରୋନା ମହାମାରୀ ପରଠୁ ପାର୍କର ଅବସ୍ଥା ବହୁତ ଶୋଚନୀୟ ଥିଲା । ସୌନ୍ଦର୍ଯ୍ୟକରଣ ସହିତ ଆଲୋକୀକରଣ, ସାଇକେଲ ଟ୍ରାକ୍‌, ଆୟୁର୍ବେଦିକ ପାର୍କ, ଫୁଟ୍‌ ଓଭରବ୍ରିଜ୍ ଭଳି ଆଧୁନିକ ସୁବିଧା ଯୋଗାଇବାର ଲକ୍ଷ୍ୟ ରଖାଯାଇଛି ।

You might also like