ସଂସଦରେ ‘ଚାନ୍ଦା ଚୋରି’ ନାଟକ! ପୂଜାରୀ ବେଶରେ ପପ୍ପୁ ଯାଦବ, ଦାନ କଲେ ରାହୁଲ ଗାନ୍ଧୀ

ସଂସଦର ମୌସୁମୀ ଅଧିବେଶନ ମଧ୍ୟରେ ବିରୋଧୀ ଦଳର ସାଂସଦମାନେ ଏକ ଅଭିନବ ପ୍ରତିବାଦ କରିଛନ୍ତି । ବିହାର ପୁର୍ନିଆର ଏମପି ପପ୍ପୁ ଯାଦବ ଅଯୋଧ୍ୟା ରାମ ମନ୍ଦିର ଚାନ୍ଦା ସଂଗ୍ରହରେ କଥିତ ଅନିୟମିତତା ପ୍ରସଙ୍ଗକୁ ନେଇ ସଂସଦ ପରିସରରେ ପ୍ରତିବାଦ କରିଛନ୍ତି । ପପ୍ପୁ ଯାଦବ ସାଧୁ ବେଶ ଧାରଣ କରି ସଂସଦରେ ପହଞ୍ଚିଥିଲେ। ଗେରୁଆ ବସ୍ତ୍ର ପିନ୍ଧି ସେ ସଂସଦ ପରିସର ବାହାରେ ଧାରଣାରେ ବସି ରାମ ମନ୍ଦିର ଚାନ୍ଦା ସମ୍ପର୍କିତ ଅଭିଯୋଗର ନିରପେକ୍ଷ ତଦନ୍ତ ଦାବି କରିଥିଲେ।ବିରୋଧୀ ଦଳ ପକ୍ଷରୁ ଏକ ପ୍ରତୀକାତ୍ମକ ଦାନପାତ୍ର ରଖାଯାଇଥିଲା । ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ସେଠାରେ ପହଞ୍ଚି ଦାନପାତ୍ରରେ ଟଙ୍କା ପକାଇଥିଲେ । ଏହାପରେ ନାଟକୀୟ ଢଙ୍ଗରେ ପପ୍ପୁ ଯାଦବ ଦାନପାତ୍ର ନେଇ ଦୌଡ଼ିବା ଆରମ୍ଭ କରିଥିଲେ ।ସାଥୀ ସାଂସଦମାନେ ତାଙ୍କୁ ଅଟକାଇବା ସହ “ଚନ୍ଦା ଚୋର, ଗଦ୍ଦୀ ଛାଡ଼” ସ୍ଲୋଗାନ ଦେଇଥିଲେ । ସଂସଦ ପରିସରରେ ଏହି ପ୍ରତିବାଦ କିଛି ସମୟ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ବିରୋଧୀ ଦଳ କହିଛି ଯେ, ଏହା ଏକ ପ୍ରତୀକାତ୍ମକ ପ୍ରଦର୍ଶନ, ଯାହା ମାଧ୍ୟମରେ ସେମାନେ ନିଜର ରାଜନୈତିକ ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି । ପ୍ରିୟଙ୍କା ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଡିମ୍ପଲ ଯାଦବଙ୍କ ସହିତ ଅଯୋଧ୍ୟା ଏମପି ଅବଧେଶ ପ୍ରସାଦ ମଧ୍ୟ ପ୍ରତିବାଦରେ ଅଂଶଗ୍ରହଣ କରିଥିଲେ। ସମଗ୍ର ପ୍ରତିବାଦ ରାମ ମନ୍ଦିରରେ ଅର୍ପଣ କରାଯାଇଥିବା ପ୍ରସାଦ ଚୋରି ପ୍ରସଙ୍ଗ ଉପରେ କେନ୍ଦ୍ରିତ ଥିଲା।

ଶୁକ୍ରବାର ସଂସଦର ମୌସୁମୀ ଅଧିବେଶନର ୧୦ମ ଦିନ । କିନ୍ତୁ, ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଏକ ବଡ଼ ହଙ୍ଗାମା ଆରମ୍ଭ ହୋଇଥିଲା, ଯାହା ଫଳରେ ଲୋକ ସଭା ବାଚସ୍ପତି ଓମ୍ ବିର୍ଲା ଏମପିମାନଙ୍କୁ ଚେତାବନୀ ଦେଇଥିଲେ। ହଟ୍ଟଗୋଳ ଯୋଗୁଁ ଲୋକସଭା କାର୍ଯ୍ୟକୁ ଦିନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା ।

You might also like