ଲାଞ୍ଚ ନେଇ ଧାରା ପଡିଲେ ମହିଳା ଥାନା ASI
ରାଜ୍ୟ କାହାଣୀ (ଭୁବନେଶ୍ୱର )ଲାଞ୍ଚ ନେଇ ଧାରା ପଡିଲେ ମହିଳା ଥାନା ASI ବବିତା ସୁନା। ଏକ ମାମଲାର ରଫାଦଫା ପାଇଁ 10ହଜାର ତାଙ୍କ ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ଧରିଥିଲା ଭିଜିଲାନ୍ସ। ଏହି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁରରେ।ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ ହୋଇଥିବା ବେଳେ ତାଙ୍କୁ ଗିରଫ କରାଯାଇଛି ବୋଲି ଭିଜିଲାନ୍ସ ଏସ୍ପି ପ୍ରଦୀପ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଟିମ୍ ମହିଳା ଥାନାରୁ ପୋଲିସ ଅଧିକାରୀ ବବିତା ସୁନାଙ୍କ ସମସ୍ତ କାଗଜପତ୍ର ଜବତ କରିଛି। ତାଙ୍କର ବାସଭବନ ସମେତ ଅନେକ ସ୍ଥାନରେ ଟିମ୍ ଚଢ଼ାଉ କରିବ ବୋଲି ଏସ୍ପି ସୂଚନା ଦେଇଛନ୍ତି।