ଏଣିକି ୫ ବର୍ଷ ଅଭିଜ୍ଞତା ନଥିଲେ ଆମ ବସ୍‌ ଡ୍ରାଇଭିଂ ମନା

ଗତ କିଛି ଦିନ ହେବ ଆମ ବସ୍ ଦ୍ୱାରା ଅନେକ ଦୁର୍ଘଟଣା ଘଟିଛି। ଫଳରେ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଇଛି। ତେବେ ଆମ ବସ୍‌ ଦୁର୍ଘଟଣା ପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କ୍ରୁଟ। ଏଣିକି ସବୁ ଡ୍ରାଇଭରଙ୍କର ଦକ୍ଷତା ଯାଞ୍ଚ କରାଯିବ। ୫ ବର୍ଷରୁ ଅଧିକ ଅଭିଜ୍ଞତା ନଥିବା ଡ୍ରାଇଭରଙ୍କୁ ନିଯୁକ୍ତି ନଦେବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଗତ ଶୁକ୍ରବାର କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଏନ୍‌ ଥିରୁମାଲା ନାଏକଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ବରିଷ୍ଠ ଅଧିକାରୀ ମାନେ ସାମିଲ ଥିଲେ। ଆମ ବସ ଦୁର୍ଘଟଣାକୁ ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା।

ପ୍ରଶିକ୍ଷଣକୁ ଜୋରଦାର କରାଯିବା ସହ ଡ୍ରାଇଭର ନିଯୁକ୍ତିକୁ କଡାକଡି କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏଣିକି ଆଉ ମନଇଚ୍ଛା ଡ୍ରାଇଭରମାନଙ୍କୁ ଏଜେନ୍ସି ନିଯୁକ୍ତି ଦେଇ ପାରିବେ ନାହିଁ। ଏଥିପାଇଁ ୫ ବର୍ଷର ଅଭିଜ୍ଞତାକୁ କଡ଼ାକଡ଼ି କରାଯାଇଛି।

You might also like