ରାଜ୍ୟସଭା ନିର୍ବାଚନରେ ଘୋଡାବେପାର !ବର୍ଷିଛନ୍ତି ବିଜେଡି ବିଧାୟକ ଅଶ୍ୱୀନ

ରାଜ୍ୟକାହାଣୀ ( ଭୁବନେଶ୍ୱର )ରାଜ୍ୟସଭା ନିର୍ବାଚନରେ ଘୋଡାବେପାରକୁ ନେଇ ତେଜିଛି ରାଜନୀତି । ଏହି ପରିପ୍ରେକ୍ଷୀରେ ବର୍ଷିଛନ୍ତି ବିଜେଡି ବିଧାୟକ ଅଶ୍ୱୀନ ପାତ୍ର ।। କ୍ରସ ଭୋଟିଂ କରିଥିବା ବିଧାୟକଙ୍କ ଉପରେ ଆକ୍ସନ ନିଆଯିବା ଦରକାର । ଦଳର ନୀତି, ଆଦର୍ଶ ରହିଛି । ଏହା ବିରୋଧରେ ଗଲେ ଦଳ ନିମ୍ନଗାମୀ ହୁଏ । ବିଜେଡି ସଭାପତି ଯେଉଁ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ସ୍ୱାଗତଯୋଗ୍ୟ । ବହିଷ୍କାର ଦ୍ୱାରା ବିଶୃଙ୍ଖଳା ବଢୁଛି , ତେଣୁ ସେ ଧୀରେ ଧୀରେ ଆକ୍ସନ ନେଉଛନ୍ତି ।ଗତକାଲିର ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂକୁ ନେଇ କଂଗ୍ରେସ ପରେ ବିଜେଡି ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଏନେଇ ବିଜେଡି ଆଜି ଦଳର ୬ ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ତରଫରୁ ଜାରି ହୋଇଥିବା ଏହି ନୋଟିସ୍ ଆସନ୍ତା ୨୦ ତାରିଖ ଅପରାହ୍ଣ ୫ଟା ସୁଦ୍ଧା କାରଣ ଦର୍ଶାଇବା ପାଇଁ ଉଲ୍ଲେଖ ରହିଛି।

You might also like