A+ ବଦଳରେ ଦିଆଗଲା B+ ରକ୍ତ, ରୋଗୀ ଗୁରୁତର

ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ରୋଗୀକୁ ଦିଆଗଲା ଭୁଲ ରକ୍ତ। ଲିକୋମିଆ ରୋଗୀ ପ୍ରଦର୍ଶନୀ ପ୍ରଧାନଙ୍କୁ A+VE ବ୍ଲଡ ବଦଳରେ B+ VE ବ୍ଲଡ ଦିଆଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହି ଭୁଲ ରକ୍ତ ନେବା ପରେ ମହିଳା ରୋଗୀ ଜଣଙ୍କ ଗୁରୁତର ହୋଇପଡ଼ିଥିଲେ। । ପୁରୀ ସଦର ଚନ୍ଦନପୁର ଅଞ୍ଚଳର ବଂଶୀଧର ପ୍ରଧାନଙ୍କ ସ୍ତ୍ରୀ ପ୍ରଦର୍ଶନୀ ପ୍ରଧାନ ଜଟିଳ ଲିକୋମିଆ ରୋଗରେ ଆକ୍ରାନ୍ତ । ରକ୍ତହୀନତା କାରଣରୁ ଗତ ୭ ତାରିଖରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର ମହିଳା ଭେଷଜ ବିଭାଗରେ ଭର୍ତ୍ତି କରାଯାଇଥିଲା ।

ରକ୍ତ ପରୀକ୍ଷା କରାଯାଇ ଡାକ୍ତର ତାଙ୍କର ବ୍ଲଡ ଗ୍ରୁପ୍ A+VE ବୋଲି ଉଲ୍ଲେଖ କରି ତୁରନ୍ତ ତାଙ୍କୁ ବ୍ଲଡ ଦେବା ପାଇଁ ପରାମର୍ଶ ଦେଇଥିଲେ । ହେଲେ ୯ ତାରିଖରେ ତାଙ୍କୁ A+VE ବ୍ଲଡ ବଦଳରେ B+ VE ବ୍ଲଡ ଦିଆଯାଇଥିବା ଅଭିଯୋଗ ହୋଇଛି। ପ୍ରଶ୍ନ ଉଠୁଛି ବ୍ଲଡ ବ୍ୟାଙ୍କ କର୍ମଚାରୀ କିଭଳି ଭୁଲ୍ ବ୍ଲଡ ଗ୍ରୁପ୍ ରକ୍ତ ଦେଲେ? ୱାର୍ଡରେ ନର୍ସ କିଭଳି ଏହାକୁ ଯାଞ୍ଚ ନ କରି ଭୁଲ୍ ବ୍ଲଡ ଗ୍ରୁପ୍ ରକ୍ତ ଲଗାଇଲେ ? ଯଦି ୭ ତାରିଖରେ ବ୍ଲଡ ବ୍ୟାଙ୍କ କର୍ମଚାରୀ A+VE ବ୍ଲଡ ଦେଇଥିଲେ ତେବେ ୯ ତାରିଖରେ କିଭଳି B+ VE ବ୍ଲଡ ଦେଲେ? ପରିବାର ଲୋକଙ୍କ ଅଭିଯୋଗ ପରେ ସିଡିଏମଓ କହିଛନ୍ତି ସେ ଏହାର ତଦନ୍ତ କରି ପଦକ୍ଷେପ ନେବେ ।

You might also like