ଗଜପତି ମହାରାଜାଙ୍କ ସାନଭାଇଙ୍କ ପରଲୋକ।

ରାଜ୍ୟ କାହାଣୀ (ଭୁବନେଶ୍ୱର )ଗଜପତି ମହାରାଜାଙ୍କ ଭାଇ ଥାଟରାଜା ରଣାର୍ଣ୍ଣବ ଦେବଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ୬୭ ବର୍ଷ ବୟସରେ ଥାଟରାଜା ରଣାର୍ଣ୍ଣବ ଦେବଙ୍କ ହୃଦଘାତରେ ଦେହାନ୍ତ ହୋଇଥିବା ଜଣାପଡ଼ିଛି।ଖବର ଅନୁଯାୟୀ, ଅସୁସ୍ଥତା କାରଣରୁ ଏକ ଘରୋଇ ହସ୍ପଟିଲାରେ ଭର୍ତ୍ତି ହୋଇଥିଲେ ଗଜପତି ମହାରାଜାଙ୍କ ସାନଭାଇ ରଣାର୍ଣ୍ଣବ ଦେବ । ଶେଷରେ ରବିବାର ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ରଣାର୍ଣ୍ଣବ ଦେବ । ମୃତ୍ୟୁବେଳକୁ ରଣାର୍ଣ୍ଣବ ଦେବଙ୍କୁ ୬୭ ବର୍ଷ ହୋଇଥିଲା । ପରେ ରାଜକୀୟ ପରମ୍ପରା ଅନୁଯାୟୀ କରାଯିବ ଶେଷକୃତ୍ୟ ସମ୍ପନ୍ନ।

You might also like