ଆମେରିକା ସହିତ ଐତିହାସିକ ଚୁକ୍ତି ସ୍ବାକ୍ଷର କଲା ଭାରତ: କମିବ ଗ୍ୟାସ୍ ଦାମ୍ !

ଆମେରିକା ସହ ଭାରତର ଐତିହାସିକ ଚୁକ୍ତି। ଏହା ଅନୁସାରେ, ଭାରତର ତୈଳ କମ୍ପାନୀ ଆମେରିକାରୁ ଅତି କମରେ ୧୦ ପ୍ରତିଶତ ଏଲପିଜି ଆମଦାନୀ କରିବ। ଏହି ଚୁକ୍ତି ପରେ ଦେଶରେ ରୋଷେଇ ଗ୍ୟାସର ଉପଲବ୍ଧତା ସହଜ ହୋଇଯିବ। ଭବିଷ୍ୟତରେ କୌଣସି ସପ୍ଲାଇରେ ଅଭାବ ରହିବନି। ବହୁ ମାସ ହେବ ଏହି ଡିଲ୍‌କୁ ନେଇ ଚର୍ଚ୍ଚା ଚାଲିଥିଲା,ଯାହାକୁ ଏବେ ଔପଚାରିକ ରୂପରେ ପୁରା କରି ଦିଆଯାଇଛି। ଭାରତୀୟ PSU ତୈଳ କମ୍ପାନୀଗୁଡ଼ିକ ୨୦୨୬ ଚୁକ୍ତି ବର୍ଷ ପାଇଁ ଆମେରିକା ଗଲ୍ଫ କୋଷ୍ଟରୁ ବାର୍ଷିକ ପ୍ରାୟ ୨.୨ ନିୟୁତ ଟନ (MTPA) LPG ଆମଦାନୀ ପାଇଁ ଏକ ବର୍ଷିଆ ଚୁକ୍ତି ସଫଳତାର ସହ ସମାପ୍ତ କରିଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୋମବାର ଏହାର ଘୋଷଣା କରିଛନ୍ତି।ପୁରୀ ଆହୁରି ମଧ୍ୟ କରିଛନ୍ତି, ଏହି କ୍ରୟ LPG କ୍ରୟ ପାଇଁ ମାଉଣ୍ଟ ବେଲଭିଉକୁ ମାନଦଣ୍ଡ ଭାବରେ ବ୍ୟବହାର କରିବା ଉପରେ ଆଧାରିତ ଏବଂ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ, ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନର ଆମର ଅଧିକାରୀଙ୍କ ଏକ ଦଳ ଗତ କିଛି ମାସ ଧରି ଆମେରିକା ଗସ୍ତ କରିଥିଲେ ଏବଂ ପ୍ରମୁଖ ଆମେରିକୀୟ ଉତ୍ପାଦକମାନଙ୍କ ସହିତ ଆଲୋଚନା କରିଥିଲେ। ଏହା ବର୍ତ୍ତମାନ ଶେଷ ହୋଇଛି। ଅନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟ ବଢିବା ପରେ ବି ଭାରତର କମ୍ପାନୀ ଲୋକଙ୍କୁ କମ୍ ଦାମ୍‌ରେ ଏଲ୍‌ପିଜି ଉପଲବ୍ଧ କରିବାକୁ ପ୍ରତିଶ୍ରୁତିବଦ୍ଧ।

You might also like