ବଲିଉଡରେ ଲୋକପ୍ରିୟ ଅଭିନେତା ଧର୍ମେନ୍ଦ୍ର ହସପିଟାଲରେ ଭର୍ତ୍ତି

ବଲିଉଡର ହି-ମ୍ୟାନ ଧର୍ମେନ୍ଦ୍ର ଅସୁସ୍ଥ। ତାଙ୍କୁ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବର୍ତ୍ତମାନ ଧର୍ମେନ୍ଦ୍ରଙ୍କ ଅବସ୍ଥା ସ୍ଥିର ରହିଛି । ଏବେ ଚିନ୍ତା କରିବାର କୌଣସି କଥା ନାହିଁ । ତାଙ୍କ ପାରାମିଟର ଠିକ୍ ରହିଛି ବୋଲି ଧର୍ମେନ୍ଦ୍ରଙ୍କ ଦେଖାଶୁଣା କରୁଥିବା ଡାକ୍ତର ଷ୍ଟାଫ କହିଛନ୍ତି ।

ଚଳିତବର୍ଷ ଆରମ୍ଭରେ ଧର୍ମେନ୍ଦ୍ରଙ୍କ ଆଖି ସର୍ଜରୀ ହୋଇଥିଲା । ହସପିଟାଲରୁ ବାହାରୁଥିବାର ଏକ ଭିଡିଓ ଭାଇରଲ ହୋଇଥିଲା । ତେବେ ଏହି ଖବର ପରେ ଗଣମାଧ୍ୟମ ରିପୋର୍ଟ ମଧ୍ୟ ସାମ୍ନାକୁ ଆସିବା ଆରମ୍ଭ ହୋଇଛି। ପରିବାର ନିକଟତର ସୂତ୍ର ଅନୁସାରେ, ‘ଚିନ୍ତିତ ହେବାର କିଛି ନାହିଁ।’ ତାଙ୍କ ବୟସ ଅଧିକ ହୋଇଥିବାରୁ ସେ ସମୟ ସମୟରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଥାନ୍ତି। ଏବେ ସେଭଳି ଏକ କାରଣରୁ ସେ ହସ୍ପିଟାଲରେ ଅଛନ୍ତି। ଅଭିନେତା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ କୌଣସି ଚିନ୍ତା ନାହିଁ।’ ଏହି ରିପୋର୍ଟ ଆସିବା ପରେ ପ୍ରଶଂସକମାନେ ଆଶ୍ୱସ୍ତିର ନିଶ୍ୱାସ ମାରିଛନ୍ତି।

You might also like