ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ
ରାଜ୍ୟ କାହାଣୀ (ଭୁବନେଶ୍ୱର )ରାୟଗଡ଼ାରେ ମେଧା ପାଟେକର ଅଟକ । ବିଶିଷ୍ଟ ପରିବେଶବିତ୍ ମେଧା ପାଟେକରଙ୍କୁ ରାୟଗଡ଼ା ପୋଲିସ ପକ୍ଷରୁ ଅଟକ ରଖାଯାଇଛି । ନିର୍ଜନ ସ୍ଥାନରେ ରଖି ବୁଝାସୁଝା କରୁଛି ପୋଲିସ।ସୂଚନା ଅନୁଯାୟୀ, ମେଧା ପାଟେକରଙ୍କୁ ରେଲୱେ ଷ୍ଟେସନରୁ ପୋଲିସ ଉଠାଇ ନେଇଥିବା ଜଣାପଡିଛି। ମେଧା ପାଟେକର, ଯିଏ ନର୍ମଦା ବଚାଓ ଆନ୍ଦୋଳନର ନେତୃତ୍ୱ ନେଇ ଜାତୀୟ ସ୍ତରରେ ପରିଚିତ, ସେ ପରିବେଶ ସୁରକ୍ଷା ଏବଂ ସ୍ଥାନୀୟ ଜନଜାତିଙ୍କ ଅଧିକାର ପାଇଁ ନିରନ୍ତର ସଂଘର୍ଷ କରିଆସୁଛନ୍ତି। ତାଙ୍କର ଏହି ଅଟକ ଘଟଣା ସାମାଜିକ କାର୍ଯ୍ୟକର୍ତ୍ତା ଏବଂ ପରିବେଶବିତ୍ମାନଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିଛି। ତେବେ ରାୟଗଡ଼ା କାଶୀପୁର ବ୍ଲକ ସୁଙ୍ଗେର ହାଟପଦାରେ ପାଳନ ହେବାକୁ ଥିଲା ବିଶ୍ୱ ପରିବେଶ ଦିବସ । ସିଜିମାଳି ଖଣି ଖନନକୁ ବିରୋଧ କରି ଆୟୋଜନ ହେବାକୁ ଥିଲା ସମାବେଶ । ଏଥିରେ ଯୋଗ ଦେଇଥାନ୍ତେ ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ।ହେଲେ ଏହାପୂର୍ବରୁ ପରିବେଶବିତ୍ ମେଧା ପାଟେକରଙ୍କୁ ଅଟକ ରଖିଛି ପୋଲିସ । ମେଧା ପାଟେକରକୁ ନିର୍ଜନ ସ୍ଥାନରେ ରଖି କାର୍ଯ୍ୟକ୍ରମକୁ ନଯିବା ପାଇଁ ବୁଝାସୁଝା କରୁଛି ପୋଲିସ।