ଗିରଫ ଭୟରେ ଗଛ ଚଢିଲା ଅଭିଯୁକ୍ତ: ଦୀର୍ଘ ୬ ଘଣ୍ଟା ପରେ ଅଭିଯୁକ୍ତକୁ କାବୁ କଲା ଅସ୍ତରଙ୍ଗ ପୋଲିସ

ଭୁବନେଶ୍ୱର (ରାଜ୍ୟକାହାଣୀ )ବିଦ୍ୟାଳୟରେ ଗୁରୁଙ୍କୁ ମାଡ଼ ମାରି ଫେରାର୍ ହୋଇଥିବା ଅଭିଯୁକ୍ତ ଗଛ ଚଢି କରୁଛି ହାଇଡ୍ରାମା। ଗିରଫ ଭୟରେ ଘଣ୍ଟା ଘଣ୍ଟା ଧରି ଗଛ ଉପରେ ବସିରହିିଥିଲା ଲିପୁ ବିଶ୍ୱାଳ। ତଳେ ଜାଲ ପକାଇ ସିଡ଼ି ଲଗାଇ ନାକେଦମ ହେଇଥିଲେ ପୋଲିସ ଓ ଅଗ୍ନିଶମ ବାହିନୀ।ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ରାଇବେରୁଆ ଗାଁରେ ଏଭଳି ଘଟଣା ଘଟିଛି । ସୂଚନାମୁତାବକ ଗତ କାଲି ଅସ୍ତରଙ୍ଗ ବ୍ଲକ ସରିପୁର ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅକ୍ଷୟ ବିଶ୍ବାଳଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ କିଛି ଲୋକ । ଗୁରୁତର ପ୍ରଧାନ ଶିକ୍ଷକଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଘଟଣାରେ ପୋଲିସ କିଛି ଲୋକଙ୍କ ଗିରଫ କରିଛି । ଅନ୍ୟ ଅଭିଯୁକ୍ତ ଲିପୁ ବିଶ୍ବାଳକୁ ଗିରଫ ପାଇଁ ଯାଇଥିବାବେଳେ ପୋଲିସକୁ ଚକମା ଦେଇ ଗଛ ଉପରେ ବସି ରହିଥିଲା ଅଭିଯୁକ୍ତ । ଦୀର୍ଘ ୬ ଘଣ୍ଟା ପରେ ଅଭିଯୁକ୍ତକୁ କାବୁ କିଥିଲା ପୋଲିସ। ଅଭିଯୁକ୍ତକୁ ଗିରଫ ପରେ କୋର୍ଟରେ ହାଜର କରାଯାଇଛି । ବିଦ୍ୟା ମନ୍ଦିରରେ ଗୁରୁଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ସାରା ଅଞ୍ଚଳରେ କ୍ଷୋଭ।ଅସ୍ତରଙ୍ଗ ପୋଲିସ କହିଛି, ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।

You might also like