ପୁଣି ବଢିଲା ଅଡୁଆ,ପୂର୍ବତନ ପ୍ରୀତିରଞ୍ଜନ ଘଡ଼େଇଙ୍କ ନାଁରେ ମାମଲା
ରାଜ୍ୟ କାହାଣୀ (ଭୁବନେଶ୍ୱର )ପ୍ରଫୁଲ୍ଲ ଘଡେଇଙ୍କ ପୁଅ ତଥା ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ (ଡାନି)ଙ୍କ ନାଁରେ ଏଫଆଇଆର। କେବଳ ଡାନି ନୁହନ୍ତି ତାଙ୍କ ସମେତ ୭ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା।ଯାଜପୁର ଜିଲ୍ଲା ଦାନଗଦୀ-ଡୁବୁରି ରାସ୍ତାର ସିଆରିଆ ମସଜିଦ ନିକଟରେ ଗତକାଲି ଅପରାହ୍ଣରେ ଏକ ବାଇକ୍କୁ ବସ୍ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସୁକିନ୍ଦା ଥାନା ଅଧୀନ ବନ୍ଧଗାଁ ପଞ୍ଚାୟତ ନଟିସାହିର ଅଭିମନୁ ମହାନ୍ତଙ୍କ ମୃତ୍ୟୁ ଘଟିଥିଲା । ସୁକିନ୍ଦା ଥାନା ରଙ୍କିଆ ଗାଁର ଲକ୍ଷ୍ମୀଧର ମହାକୁଡ଼ ଆହତ ହୋଇଥିଲେ । ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ରାସ୍ତାରୋକ ହୋଇଥିଲା ।
ପୁଲିସ ଓ ସରକାରୀ ଅଧିକାରୀଙ୍କୁ ଗାଳିଗୁଲଜ କରିବା, ଗାଡ଼ି ଜାଳିଦେବା ପାଇଁ ଧମକ ଦେବା, ରାସ୍ତାରୋକ କରିବା ଏବଂ ଆଇନଶୃଙ୍ଖଳା ବିଗାଡ଼ିବା ପାଇଁ ଲୋକଙ୍କୁ ଉସକାଇବା ଅଭିଯୋଗରେ ପ୍ରୀତିରଞ୍ଜନ ଘଡ଼ାଇ (ଡାନି)ଙ୍କ ସମେତ ୭ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି ।ସୂଚନାଥାଉ କି, ଏହା ପୂର୍ବରୁ ଡାନି କାଳିଆପାଣି ଥାନା ଅଞ୍ଚଳର ଏକ ଘଟଣାକୁ ନେଇ ବରିଷ୍ଠ ପୁଲିସ ଅଧିକାରୀଙ୍କୁ କାର୍ଯ୍ୟାଳୟରେ ପଶି ତାଗିଦ କରିଥିଲେ । ଯାହାର ଭିଡିଓ ସେତେବେଳେ ଭାଇରାଲ ହୋଇଥିଲା ।