ନକଲି ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର (ରାଜ୍ୟ କାହାଣୀ )ନକଲି ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ବଜାରରେ ନକଲି ପନିର ବିକ୍ରି ନେଇ ବିଭିନ୍ନ ଘଟଣା ସାମ୍ନାକୁ ଆସିବା ପରେ ଏନେଇ ସତର୍କ ହୋଇଛି ସ୍ୱାସ୍ଥ୍ୟ ବିଭାଗ । ଆଗାମୀ ଦିନରେ ରାଜ୍ୟରେ ଚଢ଼ାଉ ଜୋରଦାର କରାଯିବ । ଯେଉଁଠାରେ ପନିର ତିଆରି ହେଉଛି ସେଠାରେ ମଧ୍ୟ ଚଢ଼ାଉ କରାଯିବ । ରାଜ୍ୟରେ ସୁସ୍ଥ ଖାଦ୍ୟର ବାତାବରଣ ତିଆରି କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।। ଗତ ୭ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି । ବିଶେଷକରି ନକଲି ପନିର ଓ ଅନ୍ୟ ନକଲି ଖାଦ୍ୟ ସାମଗ୍ରୀର ଉତ୍ପାଦନ ଏବଂ ବିକ୍ରି ଉପରେ ନଜର ରଖାଯାଉଛି । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମଧ୍ୟ ଚଢ଼ାଉ ଜାରି ରହିଛି । ସନ୍ଦେହଜନକ ଖାଦ୍ୟ ସାମଗ୍ରୀର ନମୁନା ସଂଗ୍ରହ କରାଯାଇ ଯାଞ୍ଚ ପାଇଁ ପଠାଯାଉଛି । ନିୟମ ଉଲ୍ଲଂଘନ କରି ନକଲି କିମ୍ବା ଅପମିଶ୍ରିତ ଖାଦ୍ୟ ବିକ୍ରି କରୁଥିବା ବ୍ୟବସାୟୀଙ୍କ ବିରୋଧରେ ନିୟମାନୁସାରେ କଠୋର ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀନକଲି ସ୍ପଷ୍ଟ କରିଛନ୍ତି ।