ବିଜେଡ଼ି ଆଣିବ ଅନାସ୍ଥା ! ଇଙ୍ଗିତ ଦେଲେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁ

ରାଜ୍ୟ କାହାଣୀ (ଭୁବନେଶ୍ୱର )ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନେଇ ରାଜନୀତି ସରଗରମ ରହିଛି। କଂଗ୍ରେସ ଓ ବିଜେଡି ମିଶି ଭାଜପା ସରକାରଙ୍କ ବିରୋଧରେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ ଆହ୍ବନ ଦେଇଛନ୍ତି। ତେବେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିବା ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଶନିବାର ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ବିରୋଧୀଙ୍କ ଅଧିକାର ରହିଛି ଅନାସ୍ଥା ପ୍ରସ୍ତାବ ଆଣିବାର। କଂଗ୍ରେସ ଆଣିବାକୁ ଚାହିଁଲେ ଆଣିବ ଓ ବିଜେଡି ସମର୍ଥନ ଜଣାଇଲେ ଜଣାଇବା। ଆସିଲେ ଆମେ ସାମ୍ନା କରିବୁ ସେଥିପାଇଁ ଆମେ ପ୍ରସ୍ତୁତ ଅଛୁ।ମନମୋହନଙ୍କ ଅନାସ୍ଥା ଉତ୍ତର ଉପରେ ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ସରକାର ଆଗ ମୌସୁମୀ ଅଧିବେଶନ ଡାକନ୍ତୁ, ତାପରେ ଆମେ ଆସ୍ଥା, ଅନାସ୍ଥା, ଅବସ୍ଥା, ବ୍ୟବସ୍ଥା ସବୁ ଏକ କରି ଦେବୁ।ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ କହିଥିଲେ, ସରକାର ଏବେ ଚାପରେ ଅଛନ୍ତି । ସେଥିପାଇଁ ମୌସୁମୀ ଅଧିବେଶନ ବି ଡାକୁ ନାହାନ୍ତି । ଅନାସ୍ଥା ପ୍ରସ୍ତାବ ଆଣିଲେ ସରକାରଙ୍କ ଉପରେ ଅଧିକ ଚାପ ପଡିବ । ଅନାସ୍ଥା ପ୍ରସ୍ତାବରେ ବିଜେଡିର ଆଭିମୁଖ୍ୟ କ’ଣ ରହିବ ତାହା ଦଳର ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ ।

You might also like