ଖୋର୍ଦ୍ଧାକୁ ବ୍ୟାପିଲା ବାର୍ଡ ଫ୍ଲୁ

ରାଜ୍ୟ କାହାଣୀ (ଭୁବନେଶ୍ୱର )ବାର୍ଡ ଫ୍ଲୁ ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳରୁ ଖୋର୍ଦ୍ଧା ଜିଲାକୁ ବ୍ୟାପିଛି। ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ କୁକୁଡ଼ା ମଡ଼କ ଦେଖାଯାଉଛି। ଜଙ୍କିଆ ଅଞ୍ଚଳରୁ ସଂଗୃହୀତ ନମୁନାରେ ବାର୍ଡ଼ ଫ୍ଲୁ ଭୂତାଣୁ ଥିବା ଜଣାପଡ଼ିବା ପରେ ଗୁରୁବାର ସେଠାରେ ସମୂହ କୁକୁଡ଼ା ନିପାତ ଅଭିଯାନ ଆରମ୍ଭ ହୋଇଛି। କୁକୁଡ଼ା ମାରିବାକୁ କନ୍ଧମାଳରୁ ୩ ଓ ଢେଙ୍କାନାଳରୁ ୨ଟି ରାପିଡ୍‌ ରେସ୍‌ପନ୍ସ ଟିମ୍ ଆସିଛନ୍ତି। ପ୍ରତି ଟିମ୍‌ରେ ଜଣେ ପ୍ରାଣୀ ଚିକିତ୍ସକ, ଜଣେ ପ୍ରାଣୀଧନ ନିରୀକ୍ଷକଙ୍କ ସହ ସହାୟକ ଅଛନ୍ତି। ମୃତ କୁକୁଡ଼ାଙ୍କୁ ଫାର୍ମ ପରିସରରେ ଗାତ ଖୋଳି ପୋତି ଦିଆଯାଇଛି। ଏହାପୂର୍ବରୁ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ବି ବ୍ୟାପିଥିଲା ବାର୍ଡ ଫ୍ଲୁ । ସଂକ୍ରମଣ ରୋକିବା ପାଇଁ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ରାପିଡ୍ ରେସ୍ପନସ ଟିମ୍- ଆରଆରଟି କୁକୁଡ଼ା ମରା ଅଭିଯାନ ଆରମ୍ଭ କରିଥିଲା । ପ୍ରଥମେ ବଡ଼ ଆଙ୍କୁଲାର ଏକ କୁକୁଡ଼ା ଫାର୍ମରୁ ସଂକ୍ରମତ କୁକୁଡ଼ା ଅଭିଯାନ ଆରମ୍ଭ ହୋଇଥିଲା । ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ଅଭିଯାନ ଆରମ୍ଭ ହୋଇଥିଲା । ଏଠାରେ ୬୦୦୦ କୁକୁଡ଼ା ମାରିଥିଲା ପ୍ରଶାସନ ।

You might also like