ହିନ୍ଦୁ ରୀତିନୀତିରେ ପୁନର୍ବିବାହ କଲେ ଜାପାନୀ ଦମ୍ପତି, ଲକ୍ଷ୍ନୌର ରାଧାକୃଷ୍ଣ ମନ୍ଦିରରେ ପଡ଼ିଲା ହାତଗଣ୍ଠି
ଭାରତୀୟ ସଂସ୍କୃତି ପ୍ରତି ଶ୍ରଦ୍ଧା ଏକ ଜାପାନୀ ଦମ୍ପତିଙ୍କୁ ସାଥିରେ ରହିବାକୁ ପ୍ରେରଣା ଦେଇଛି । ୪ ବର୍ଷ ପୂର୍ବରୁ ଦୁହେଁ ଅଲଗା ହୋଇଯାଇଥିଲେ, କିନ୍ତୁ ଭାରତୀୟ ବିବାହ ପରମ୍ପରା ସେମାନଙ୍କୁ ପୁଣି ଥରେ ଏକାଠି କରିଦେଇଛି ।୨୦୨୨ରେ ଉଭୟଙ୍କ ଛାଡ଼ପତ୍ର ହୋଇଥିଲା। କିନ୍ତୁ ଭାଗ୍ୟର ଖେଳ ଏମିତି ଯେ, ୨୦୨୩ରେ ପୁଣିଥରେ ଏକାଠି ହୋଇଥିଲେ ଏହି ଦମ୍ପତି। ଶେଷରେ ନିଜ ସମ୍ପର୍କକୁ ଆଉ ଏକ ସୁଯୋଗ ଦେଇ ଦ୍ୱିତୀୟ ଥର ପାଇଁ ବିବାହ କରିଛନ୍ତି।ନଭେମ୍ବର ୨୩ ତାରିଖରେ ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଗୋମତୀ ନଗରର ରାଧାକୃଷ୍ଣ ମନ୍ଦିରରେ ଏହି ନିଆରା ବିବାହ ଅନୁଷ୍ଠିତ ହୋଇଥିଲା। ତିନି ସନ୍ତାନ, ପରିବାର ଓ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଉଭୟ ପୁଣିଥରେ ପରସ୍ପରର ହାତ ଧରିଥିଲେ।ବିବାହର ଭିଡିଓରେ ଦମ୍ପତି ଏକାଠି ବସି ବରମାଳା ପିନ୍ଧାଉଥିବା ଏବଂ ସମସ୍ତ ବିଧିବିଧାନରେ ଅଂଶଗ୍ରହଣ କରୁଥିବା ଦେଖିବାକୁ ମିଳିଛି। ଏହି ଖୁସିର ମୁହୂର୍ତ୍ତରେ ସେମାନଙ୍କର ତିନି ପିଲା ମଧ୍ୟ ଉପସ୍ଥିତ ଥିଲେ ।