ବାଲିଯାତ୍ରା ପଡିଆ ନୋ ଡ୍ରୋନ ଜୋନ ଘୋଷଣା କଲା ଜିଲ୍ଲା ପ୍ରଶାସନ

ଭୁବନେଶ୍ୱର ( ରାଜ୍ୟକାହାଣୀ )ବାଲିଯାତ୍ରା ପଡିଆ ନୋ ଡ୍ରୋନ ଜୋନ ଘୋଷଣା କଲା ଜିଲ୍ଲା ପ୍ରଶାସନ। ନଭେମ୍ବର ୨୪ରୁ ଡିସେମ୍ବର ୩ ଯାଏଁ ଡ୍ରୋନ୍ ଉଡ଼ାଣ ଉପରେ ଲାଗିଛି କଟକଣା । ଏହାସହ ବାଲିଯାତ୍ରା ସମୟରେ ରାତି ୧୧ଟା ପର୍ଯ୍ୟନ୍ତ ବାଜି ପାରିବ ନାହିଁ ଲାଉଡ୍ ସ୍ପିକର । ଶବ୍ଦ ପ୍ରଦୂଷଣ ଉପରେ ଗୁରୁତ୍ବ ଦେଇଛି ପ୍ରଶାସନ । ଡ୍ରୋନ୍ ବ୍ୟତୀତ ହଟ ଏୟାର ବେଲୁନ, UAV, ପାରା ଗ୍ଲାଇଡର, ମାଇକ୍ରୋ ଲାଇଟ୍ ଏୟାରକ୍ରାଫ୍ଟ, ପାୱର୍ ହଂ ଗ୍ଲାଇଡର୍ ଆଦି ଉଡ଼ାଣ ଉପରେ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ । ରାଷ୍ଟ୍ରପତିଙ୍କ ଗସ୍ତକୁ ଆଖିରେ ରଖି ସୁରକ୍ଷା ଦୃଷ୍ଟି କୋଣରୁ ଏହି ନିର୍ଦ୍ଦେଶ ଜାରି ହୋଇଛି । ଏହି କଟକଣା ନଭେମ୍ବର 22 ରୁ ଡିସେମ୍ବର 3 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ରାଷ୍ଟ୍ରପତି ପଡ଼ିଆରେ ଉପସ୍ଥିତ ରହିବା ସମୟରେ ପ୍ରାୟ ୧୦୦ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହେବେ । ସେହିପରି ପ୍ରାୟ ୧ ହଜାର ଅଧିକାରୀ ସୁରକ୍ଷା ଦାୟିତ୍ୱ ତଦାରଖ କରିବେ । ମହାମହିମଙ୍କ ଗସ୍ତ ସୁରକ୍ଷା ‘ବ୍ଲୁ ବୁକ୍’ ଅନୁସାରେ କରାଯାଉଛି ।

You might also like