ଆସିଲା ପରୀକ୍ଷା ସୂଚୀ; ଫେବ୍ରୁଆରୀ ୧୬ରୁ ଯୁକ୍ତ ୨ ପରୀକ୍ଷା
ଭୁବନେଶ୍ୱର ( ରାଜ୍ୟକାହାଣୀ )ଯୁକ୍ତ ୨ ପରୀକ୍ଷାକୁ ନେଇ ବଡ଼ ଖବର। ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ସୂଚୀ। ଆସନ୍ତା ଫେବ୍ରୁଆରୀ ୧୬ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା। ମାର୍ଚ୍ଚ ୧୮ ତାରିଖରେ ଶେଷ ହେବ ପରୀକ୍ଷା। ଏନେଇ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ସୂଚୀ ଜାରି କରାଯାଇଛି। । ଦିନ ୧୦ଟାରୁ ଗୋଟିଏ ସିଟିଂରେ ହେବ ପରୀକ୍ଷା । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚୀ ପ୍ରକାଶ ପାଇଛି । ସେହିପରି ସୂଚୀରେ ଉଲ୍ଲେଖ କରାଯାଇଛ ଯେ, ଇଣ୍ଟରନାଲ ପରୀକ୍ଷା ଡିସେମ୍ବର ୨୨ରୁ ଜାନୁଆରୀ ୧୬ ତାରିଖ ଯାଏଁ ଚାଲିବ । ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୪ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖ ଯାଏଁ ଚାଲିବ । ପରୀକ୍ଷା ଆରମ୍ଭର ୩୦ ମିନିଟ ପୂର୍ବରୁ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ । ୧୫ ମିନିଟ ପୂର୍ବରୁ ହଲରେ ବା ନିଜ ସିଟରେ ବସିବେ ଛାତ୍ରଛାତ୍ରୀ ।