ଶୀତ ଋତୁରେ ବି କ୍ଷୀର ଦରରେ ଲାଗିଛି ନିଆଁ, ୮ ଟଙ୍କା ମହଙ୍ଗା ହେଲାଣି କ୍ଷୀର

ସାଧାରଣତଃ ଶୀତ ଋତୁ ଆସିଲେ ଦେଶରେ କ୍ଷୀର ଉତ୍ପାଦନ ବୃଦ୍ଧି ପାଇଥାଏ । ଫଳରେ କ୍ଷୀର, ଦହି, ଘିଅ ଓ ଲହୁଣୀ ଭଳି ଦୁଗ୍ଧଜାତ ସାମଗ୍ରୀର ଦର ନିୟନ୍ତ୍ରଣରେ ରହିଥାଏ । କିନ୍ତୁ ଚଳିତ ବର୍ଷ ଏହି ଧାରାରେ ବ୍ୟତିକ୍ରମ ଦେଖାଦେଇଛି । ଶୀତ ଋତୁରେ କ୍ଷୀର ଉତ୍ପାଦନ ବୃଦ୍ଧିର ସମୟ ଆରମ୍ଭ ହୋଇଥିଲେ ମଧ୍ୟ ଦର କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ଅମୂଲ,ମଦର ଡେରୀ ଓ କର୍ଣ୍ଣାଟକର ନନ୍ଦିନୀ ଭଳି ପ୍ରମୁଖ କ୍ଷୀର କମ୍ପାନୀଗୁଡ଼ିକ ଦରର ମୂଲ୍ୟ ବଢିଛି । କିଛି ସ୍ଥାନରେ କ୍ଷୀରରେ ଦର ୨ ଟଙ୍କା ବୃଦ୍ଧି ପାଇଥିବା ବେଳେ ଅନ୍ୟ ସ୍ଥାନରେ ୪ ଟଙ୍କା ବୃଦ୍ଧି ପାଇଛି । ରିପୋର୍ଟ ଅନୁସାରେ, ୨୦୧୮-୧୯ ଆର୍ଥିକ ବର୍ଷରେ ଦେଶରେ ଦୁଧର ହାରାହାରି ଖୁଚୁରା ଦର ଲିଟର ପିଛା ୪୨.୮ ଟଙ୍କା ଥିବାବେଳେ ୨୦୨୫-୨୬ରେ ଏହା ୫୯.୧ ଟଙ୍କାରେ ପହଞ୍ଚିଥିଲା । ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ଏହି ଦର ଆହୁରି ବୃଦ୍ଧି ପାଇ ୬୦.୪ ଟଙ୍କା ହୋଇଛି ।ପଶୁଖାଦ୍ୟ, ଚାରା, ଦୁଧ ପ୍ରକ୍ରିୟାକରଣ, ପ୍ୟାକେଜିଂ ଓ ପରିବହନ ଖର୍ଚ୍ଚ ବୃଦ୍ଧି ପାଇଛି । ଏହାର ପ୍ରଭାବ କ୍ଷୀରର ଖୁଚୁରା ଦର ଉପରେ ପଡ଼ୁଛି |

You might also like