ବାତ୍ୟା ଅକଭାନକୁ ନେଇ ପୁରୀ ପ୍ରଶାସନ ସଜାଗ, ସମୁଦ୍ର କୂଳରେ ଲାଗିଲା ନାଲି ପତାକା
ଭୁବନେଶ୍ଵର(ରାଜ୍ୟ କାହାଣୀ )ମୋଡ଼ ନେଲା ‘ଅକଭାନ୍’ । ନରସାପୁର-ପୁରୀ ମଧ୍ୟରେ ହୋଇପାରେ ମାଡ଼। ଓଡ଼ିଶାକୁ ବଢ଼ିଲା ବିପଦ, ରେଡ୍ ଆଲର୍ଟ ଜାରି । ବଙ୍ଗୋପସାଗରରେ ସୃଷ୍ଟ ଭୀଷଣ ବାତ୍ୟା ‘ଅକଭାନ୍’ ଏବେ ଓଡ଼ିଶାମୁହାଁ ।ବାତ୍ୟା ‘ଅକଭାନ୍’କୁ ନେଇ ଗଞ୍ଜାମ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ଏଯାଏ ୧୦୮ଟି ବାତ୍ୟା ଆଶ୍ରୟସ୍ଥଳୀକୁ ୧୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଗୋପାଳପୁର ନିକଟ ନୂଆ ଗୋଳାବନ୍ଧର ସମସ୍ତ ପରିବାରଙ୍କୁ ସ୍ଥାନାନ୍ତରିତ ପ୍ରକ୍ରିୟା ଆରମ୍ଭ ହୋଇଛି l ୧୨ ଓଡ୍ରାଫ୍, ୩ ଏନଡିଆରଏଫ୍ ଓ ୨୪ ଅଗ୍ନିଶମବାହିନୀ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି। ୨୫ଟି ଦେଶୀ ଡଙ୍ଗାକୁ ବିଭିନ୍ନ ସ୍ଥାନକୁ ପଠାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ । ଅନ୍ୟପଟେ ବାତ୍ୟା ଅକଓ୍ବାନକୁ ନେଇ ବଢ଼ିଛି ପୁରୀ ପ୍ରଶାସନର ତତ୍ପରତା। ସମୁଦ୍ରରେ ଅଶାନ୍ତି ଏବଂ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ନିଆଯାଇଛି ସତର୍କତାମୂଳକ ପଦକ୍ଷେପ। ପୁରୀ ସମୁଦ୍ର କୂଳର ସମସ୍ତ ସେକ୍ଟରରେ ଲଗାଯାଇଛି ନାଲି ପତାକା। ଏହାଦ୍ୱାରା ସମୁଦ୍ରରେ ସ୍ନାନ କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। କେବଳ ସମୁଦ୍ର ସ୍ନାନ ନୁହେଁ, ସମୁଦ୍ର କୂଳରେ ବୁଲାବୁଲି ଉପରେ ମଧ୍ୟ କଟକଣା ଲଗାଇଛି ପ୍ରଶାସନ। ସମୁଦ୍ର କୂଳରେ ବୁଲୁଥିବା ପର୍ଯ୍ୟଟକଙ୍କୁ ଏନଡିଆରଏଫ୍ ଟିମ୍ ଏବଂ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି।