ବେଦାନ୍ତ ଆଲୁମିନିୟମ ମେଟାଲ ଲିମିଟେଡ ଶିଶୁ ଦିବସ ଅବସରରେ ବିଦ୍ୟାଳୟ ପାଠାଗାର ଉଦ୍ଘାଟନ ସହ ଡିଜିଟାଲ ଶିକ୍ଷା ବ୍ୟବସ୍ଥାର ଉନ୍ନତିକରଣ କରିଛି

ଭୁବନେଶ୍ୱର, ରାଜ୍ୟ କାହାଣୀ: ଶିଶୁ ଦିବସ ଅବସରରେ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଓଡ଼ିଶା ଓ ଛତିଶଗଡ଼ରେ ଥିବା ଏହାର ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ଶିକ୍ଷା ଓ ଶିଶୁ ବିକାଶ ସମ୍ପର୍କିତ ଏକାଧିକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାର ଅଂଶସ୍ୱରୂପ ଝାରସୁଗୁଡ଼ାରେ ଏକ ବିଦ୍ୟାଳୟ ପାଠାଗାର ଉଦ୍ଘାଟନ, ଲାଞ୍ଜିଗଡ଼ରେ ଡିଜିଟାଲ ଶ୍ରେଣୀଗୃହର ଉନ୍ନତୀକରଣ ଏବଂ କୋଇଲା ଖଣି ଅଂଚଳରେ ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଶିକ୍ଷାର୍ଥୀ, ଶିକ୍ଷକ, ଅଙ୍ଗନବାଡ଼ି କେନ୍ଦ୍ରର ହିତାଧିକାରୀ ଓ ସେମାନଙ୍କ ପରିବାରକୁ ଏହି ପଦକ୍ଷେପରେ ସାମିଲ କରାଯାଇ ଶିକ୍ଷା ସମ୍ବଳର ସୁଲଭ ଉପଲବ୍ଧତା ଏବଂ ଶିଶୁଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା ।

କୋଇଲା ଖଣି ଅଂଚଳରେ ମଧ୍ୟ ଶିଶୁ ଦିବସ ପାଳନକୁ ସମ୍ପ୍ରସାରଣ କରି କମ୍ପାନୀ ପକ୍ଷରୁ ଜାମଖାଣି, ଘୋଘରପାଲି ଓ କୁଡାଲୋଇର ୧୩ଟି ବିଦ୍ୟାଳୟ ଏବଂ ୨୧ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଶିକ୍ଷାମୂଳକ, ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବିଲେଇମୁଣ୍ଡାସ୍ଥିତ ଜୟ ବଜରଙ୍ଗ କ୍ଲବ୍ ଏବଂ ବଞ୍ଜାରୀ ଅଙ୍ଗନବାଡ଼ି କେନ୍ଦ୍ରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଶିଶୁମାନଙ୍କ ମଧ୍ୟରେ ସୃଜନଶୀଳତା, ଶିକ୍ଷଣ ଆଗ୍ରହ ଓ ଆତ୍ମପ୍ରକାଶର ସୁଯୋଗ ସୃଷ୍ଟି କରିଥିଲା । ଏଥିରେ ଶିକ୍ଷକ, ଅଙ୍ଗନବାଡ଼ି କର୍ମୀ, ସ୍ଥାନୀୟ ସମୁଦାୟର ପ୍ରତିନିଧି ଏବଂ କମ୍ପାନୀର ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ । ଏହି ତିନୋଟି କାର୍ଯ୍ୟକ୍ଷେତ୍ରରେ ମୋଟ ୧,୮୬୦ରୁ ଅଧିକ ଶିକ୍ଷାର୍ଥୀ, ଶିକ୍ଷକ, ଅଙ୍ଗନବାଡ଼ି ହିତାଧିକାରୀ ଓ ସମୁଦାୟ ସଦସ୍ୟ ଉପକୃତ ହୋଇଥିଲେ ।

ଲାଞ୍ଜିଗଡ଼ର ଡିଏଭି ବେଦାନ୍ତ ଇଂଟରନ୍ୟାସନାଲ ସ୍କୁଲ୍ରେ ଶିଶୁ ଦିବସ ପାଳନ ଅବସରରେ ଶିକ୍ଷାର୍ଥୀ, ଅଭିଭାବକ ଓ ଶିକ୍ଷକମାନଙ୍କୁ ନେଇ ଏକ ଦିନବ୍ୟାପୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ମୁକ୍ତ ପ୍ରଦର୍ଶନୀ, ଶିକ୍ଷାର୍ଥୀଙ୍କ ପ୍ରକଳ୍ପ ପ୍ରଦର୍ଶନ, ବିଭିନ୍ନ ଗୃହ ମଧ୍ୟରେ ପ୍ରତିଯୋଗିତା, ସାଂସ୍କୃତିକ ପରିବେଷଣ ଓ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁ ିତ ହୋଇଥିଲା । ଏଥିରେ ୧,୪୦୦ରୁ ଅଧିକ ଶିକ୍ଷାର୍ଥୀ ଓ ଅଭିଭାବକ ଅଂଶଗ୍ରହଣ କରିଥିଲେ । ଏହା ସହିତ ବିଦ୍ୟାଳୟର ସମସ୍ତ ଶ୍ରେଣୀଗୃହରେ ୪କେ ୟୁଏଚଡି ଡିଜିଟାଲ ବୋର୍ଡ ସ୍ଥାପନ କରାଯାଇ ଏହାର ଶୁଭାରମ୍ଭ ହୋଇଥିଲା । ଏଥିସହ ବିଦ୍ୟାଳୟ ପରିସରରେ ଶବ୍ଦ ରେକର୍ଡିଂ ସୁବିଧା ସହ ୧୦୦ରୁ ଅଧିକ ସିସିଟିଭି କ୍ୟାମେରାର ଉନ୍ନତୀକରଣ କରାଯାଇଛି । ଏହାଦ୍ୱାରା ଡିଜିଟାଲ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହେବା ସହ ବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥା ମଧ୍ୟ ଅଧିକ ମଜବୁତ ହୋଇଛି ।

ଝାରସୁଗୁଡ଼ାରେ ବୃନ୍ଦାମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ନୂତନ ପାଠାଗାର ଉଦ୍ଘାଟନ ସହ ଶିଶୁ ଦିବସ ପାଳନ କରାଯାଇଥିଲା । ଏହି ପାଠାଗାର ଦ୍ୱାରା ବିଦ୍ୟାଳୟର ୨୧୦ ଜଣ ଶିକ୍ଷାର୍ଥୀ ବହି ଓ ଅନ୍ୟାନ୍ୟ ଶିକ୍ଷା ସମ୍ବଳର ସୁବିଧା ପାଇପାରିବେ । ଏହା ଶିଶୁମାନଙ୍କ ମଧ୍ୟରେ ପଠନ ଅଭ୍ୟାସ, ସ୍ୱାଧୀନ ଅଧ୍ୟୟନ ଓ ଶୈକ୍ଷିକ ଦକ୍ଷତା ବୃଦ୍ଧିରେ ସହାୟକ ହେବ ବୋଲି ଆଶା କରାଯାଉଛି । ସେହିପରି ବଞ୍ଜାରୀସ୍ଥିତ ନନ୍ଦ ଘରରେ ଶିଶୁମାନଙ୍କ ପାଇଁ ଚିତ୍ରାଙ୍କନ ପ୍ରତିଯୋଗିତା, ଖେଳକୁଦ ଓ ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସେମାନଙ୍କ ସୃଜନଶୀଳତା, ଜିଜ୍ଞାସା ଓ ଆନନ୍ଦମୟ ଶିକ୍ଷଣକୁ ଉତ୍ସାହିତ କରାଯାଇଥିଲା ।

ଏହି ଅବସରରେ ବେଦାନ୍ତ ଆଲୁମିନିୟମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ କୁମାର କହିଛନ୍ତି, “ପ୍ରତ୍ୟେକ ଶିଶୁ ନିଜର ଦକ୍ଷତାକୁ ବିକଶିତ କରିବା, ଶିଖିବା ଓ ଆଗକୁ ବଢ଼ିବା ପାଇଁ ଉପଯୁକ୍ତ ସୁଯୋଗ ପାଇବା ଆବଶ୍ୟକ । ଶିଶୁଙ୍କ ଉପରେ ନିବେଶ ଏବଂ ସେମାନଙ୍କ ବିକାଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ହେଉଛି ରାଷ୍ଟ୍ର ନିର୍ମାଣର ମୂଳଦୁଆ । ଆମର ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ଗୁଣାତ୍ମକ ଶିକ୍ଷାର ସୁଯୋଗ ବୃଦ୍ଧି, ଶିକ୍ଷା ଭିତିଭୂମିର ଉନ୍ନତି ଏବଂ ଶିଶୁଙ୍କ ସାମଗ୍ରିକ ବିକାଶ ପାଇଁ ଆମେ ସ୍ଥାନୀୟ ସମୁଦାୟ, ବିଦ୍ୟାଳୟ ଓ ଅନୁ ।ନଗୁଡ଼ିକ ସହ ମିଶି କାର୍ଯ୍ୟ କରୁଛୁ । ଶିଶୁ ଦିବସ ଅବସରରେ ଯୁବପିଢ଼ିର ସ୍ୱପ୍ନ ଓ ଆକାଂକ୍ଷାକୁ ପ୍ରୋତ୍ସାହିତ କରିବା ସହ ପ୍ରତ୍ୟେକ ଶିଶୁକୁ ସଫଳତାର ସୁଯୋଗ ମିଳୁଥିବା ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ଆମର ପ୍ରତିବଦ୍ଧତାକୁ ଆମେ ପୁନର୍ବାର ଦୋହରାଉଛୁ ।”

ଶିଶୁ ଦିବସର ଏହି ପଦକ୍ଷେପ ବ୍ୟତୀତ ବାଲ୍କୋ ପକ୍ଷରୁ ମଧ୍ୟ ଛତିଶଗଡ଼ର କୋରବା, କବର୍ଦ୍ଧା ଓ ରାୟପୁର ଅଂଚଳରେ ୧୧୧ଟି ନନ୍ଦଘର ମାଧ୍ୟମରେ ଶିଶୁଙ୍କ ପ୍ରାରମ୍ଭିକ ବିକାଶ ଦିଗରେ କାର୍ଯ୍ୟ ଜାରି ରହିଛି । ଏହି କେନ୍ଦ୍ରଗୁଡ଼ିକ ମାଧ୍ୟମରେ ୭,୦୦୦ରୁ ଅଧିକ ମାଆ ଓ ଶିଶୁ ଉପକୃତ ହେଉଛନ୍ତି । ପୁଷ୍ଟି, ସ୍ୱାସ୍ଥ୍ୟ ଓ ଶିଶୁ ଯନô ସମ୍ପର୍କିତ ସେବା ପ୍ରଦାନ କରି ଏହି କେନ୍ଦ୍ରଗୁଡ଼ିକ ସମୁଦାୟ ଭିତିକ ସହାୟତା କେନ୍ଦ୍ର ଭାବେ କାର୍ଯ୍ୟ କରୁଛି । ଚଳିତ ଆର୍ଥôକ ବର୍ଷରେ ପୁଷ୍ଟି ପୁନର୍ବାସ ସହାୟତା, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ପରାମର୍ଶ, ଘରକୁ ଯାଇ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ସଚେତନତା, ଅଭିଭାବକଙ୍କୁ ପରାମର୍ଶ, ସ୍ତନ୍ୟପାନ ଓ ପରିପୂରକ ଖାଦ୍ୟ ସମ୍ପର୍କିତ ସଚେତନତା, ପୋଷଣ ବାଡ଼ିର ପ୍ରସାର ଏବଂ ଅସହାୟ ଶିଶୁଙ୍କ ପାଇଁ ଆବଶ୍ୟକ ସେବା ସହ ଯୋଡ଼ିବା ଭଳି ପଦକ୍ଷେପ ମାଧ୍ୟମରେ ୭,୨୦୦ରୁ ଅଧିକ ମାଆ ଓ ଶିଶୁ ଉପକୃତ ହୋଇଛନ୍ତି ।

ବେଦାନ୍ତ ଆଲୁମିନିୟମ ଏହାର କାର୍ଯ୍ୟକ୍ଷେତ୍ର ନିକଟବର୍ତୀ ଅଂଳରେ ଶିଶୁମାନଙ୍କ ଶିକ୍ଷା ଓ ବିକାଶ ପାଇଁ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଏବଂ ସ୍ଥାନୀୟ ଅନୁ ।ନଗୁଡ଼ିକ ସହ ମିଳିତ ଭାବେ କାର୍ଯ୍ୟ କରୁଛି । ଶିକ୍ଷାର ସୁଯୋଗ ବୃଦ୍ଧି, ଶିକ୍ଷଣର ଗୁଣବତାରେ ଉନ୍ନତି ଏବଂ ଶିଶୁଙ୍କ ସାମଗ୍ରିକ ବିକାଶକୁ ସହାୟତା କରିବା ଦିଗରେ କମ୍ପାନୀର ଏହି ପ୍ରୟାସ ଏହାର ବ୍ୟାପକ ସାମାଜିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।

You might also like