ପୁଣି ବଢ଼ିଲା ରାଜା ଚକ୍ରର ଅଡ଼ୁଆ ! ୩ ଦିନିଆ ରିମାଣ୍ଡରେ ନେଲା EOW
ଭୁବନେଶ୍ଵର (ରାଜ୍ୟ କାହାଣୀ ) ଅଡ଼ୁଆରେ ପୁଣି ରାଜା ଚକ୍ର। ତିନି ଦିନିଆ ରିମାଣ୍ଡରେ ନେଲା ଇଓଡବ୍ଲୁ। ବାଲେଶ୍ୱର ଜେଲରୁ ତାଙ୍କୁ ରିମାଣ୍ଡରେ ଆଣୁଛି ଇଓଡବ୍ଲୁ ଟିମ୍। ବେଆଇନ କ୍ରସର ୟୁନିଟ୍ ଜବରଦଖଲ ଓ ଆର୍ଥିକ ହେରଫେର ଅଭିଯୋଗ ସଂପର୍କିତ ନୂଆ ମାମଲାରେ ତଦନ୍ତ କରିବ ତଦନ୍ତକାରୀ ସଂସ୍ଥା। ପୂର୍ବରୁ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଓ ଟ୍ରାନ୍ସପୋର୍ଟିଂ ଆର୍ଥିକ ହେରଫେର ମାମଲାରେ ଗିରଫ ହୋଇ ବାଲେଶ୍ୱର ଜେଲରେ ଥିଲେ ରାଜା। ଏବେ ଆଉ ଜଣେ ମହିଳାଙ୍କ ଅଭିଯୋଗ ପରେ ନୂଆ ମାମଲାରେ ପଚରାଉଚରା ପାଇଁ ତାଙ୍କୁ ରିମାଣ୍ଡରେ ନେଇଛି ଇଓଡବ୍ଲୁ। ଆଗାମୀ ୩ ଦିନ ଧରି ରିମାଣ୍ଡରେ ନେଇ ତାକୁ ପଚରାଉଚରା କରିବ ତଦନ୍ତକାରୀ ଟିମ୍। ଏହି ସମୟରେ ବେଆଇନ କ୍ରସର ୟୁନିଟ୍ ଜବରଦଖଲ ପଛର ରହସ୍ୟ ଏବଂ ସମ୍ପୃକ୍ତ ଆର୍ଥିକ କାରବାର ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବାକୁ ଖୋଳତାଡ଼ କରିବ EOW।