ଚଳିତ ବର୍ଷ ୪ ଦିନ ପଞ୍ଚୁକ ବ୍ରତ; ପୁଣି କାର୍ତ୍ତିକ ପୂର୍ଣ୍ଣିମା ଦ୍ବନ୍ଦ୍ବ ! 

ଶ୍ରୀମନ୍ଦିରରେ ଆସନ୍ତା ୨୧ରୁ ଆରମ୍ଭ ହେବ ପଞ୍ଚୁକ ବ୍ରତ । ଚଳିତ ବର୍ଷ ୪ ଦିନ ଧରି ମହାପ୍ରଭୁ ବିଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ଶ୍ରୀଜିଉଙ୍କ ଏହି ଦୁର୍ଲଭବେଶ ଦେଖିବା ଲାଗି ଶ୍ରୀମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ । ତେବେ କାର୍ତ୍ତିକ ପୂର୍ଣ୍ଣିମାକୁ ନେଇ ପୁଣି ଦେଖାଦେଇଛି ଦ୍ବନ୍ଦ୍ବ। ଏଥର ପଞ୍ଚୁକକୁ ନେଇ ଦ୍ବନ୍ଦ୍ବ ରହିଛି। ଚଳିତ ଥର ୪ ଦିନ ପଡୁଛି ପଞ୍ଚୁକ। ଆସନ୍ତା ୨୧ ତାରିଖରୁ ଆରମ୍ଭ ହେଉଛି ପଞ୍ଚୁକ। ୨୧ ତାରିଖ ସକାଳ ୬ଟା ୩୨ ସୁଦ୍ଧା ଏକାଦଶୀ ତିଥି ସରିଯାଉଛି। ଏହାପରେ ଦ୍ବାଦଶୀ ତିଥି ଆରମ୍ଭ ହେଉଛି। ସେହିଦିନ ଭୋର ୪ଟା ୫୭ ମିନିଟରେ ଆରମ୍ଭ ହେଉଛି ତ୍ରୟୋଦଶୀ ତିଥି। ସୂର୍ଯ୍ୟୋଦୟ ପୂର୍ବରୁ ତ୍ରୟୋଦଶୀ ଆରମ୍ଭ ହେଉଛି ଏହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହେଉଛି।ଗୋଟିଏ ଦିନ ଏକାଦଶୀ, ଦ୍ବାଦଶୀ ଓ ତ୍ରୟୋଦଶୀ ତିଥି ପଡୁଥିବାରୁ ଶ୍ରଦ୍ଧାଳୁ ଦ୍ବନ୍ଦ୍ବରେ ପଡିଛନ୍ତି। ପରମ୍ପରା ଅନୁଯାୟୀ ସୂର୍ଯ୍ୟୋଦୟ ସମୟରେ ଯେଉଁ ତିଥି ଥାଏ ସେହି ଦିନ ହିଁ ପର୍ବପର୍ବାଣୀ ପାଳନ କରାଯାଏ। ଯେହେତୁ ନଭେମ୍ବର ୨୪ ତାରିଖ ସୂର୍ଯ୍ୟୋଦୟ ସମୟରେ ପୂର୍ଣ୍ଣିମା ତିଥି ରହୁଛି, ତେଣୁ ଓଡ଼ିଶା ସମେତ ସାରା ଦେଶରେ ନଭେମ୍ବର ୨୪ ମଙ୍ଗଳବାର ଦିନ ହିଁ କାର୍ତ୍ତିକ ପୂର୍ଣ୍ଣିମା ପାଳିତ ହେବ। ୨୪ ତାରିଖ ସକାଳେ ବୋଇତ ବନ୍ଦାଣ ପାଳନ କରାଯିବ।

You might also like