ପୁରୀ ବଡ଼ଦାଣ୍ଡରେ ବଡ଼ ବିସ୍ଫୋରଣ, ଭୁଶୁଡ଼ି ପଡ଼ିଲା ରେଷ୍ଟୁରାଣ୍ଟ ସିଲିଂ
ପୁରୀ ବଡ଼ଦାଣ୍ଡରେ ବିସ୍ଫୋରଣ । ହୋଟେଲର ତଳ ମହଲାରେ ବିସ୍ଫୋରଣ । ଗ୍ୟାସ୍ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ । ତିନି ଜଣ ହୋଟେଲ୍ କର୍ମଚାରୀ ଆହତ । ପ୍ରାଥମିକ ତଦନ୍ତରୁ ଗ୍ୟାସ୍ ଟାଙ୍କି ବିସ୍ଫୋରଣରେ ଫଳରେ ଏଭଳି ଘଟଣା ଘଟିଥିବା କଥା କୁହାଯାଉଛି । ହେଲେ ସମ୍ପୂର୍ଣ୍ଣ ତଦନ୍ତ ପରେ ଚିତ୍ର ସ୍ପଷ୍ଟ ହେବ ବୋଲି ପୁଲିସ କହିଛି । ଆହତ ଲୋକମାନଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ସବୁଠାରୁ ଅଧିକ ଗୁରୁତର ହୋଇଛନ୍ତି ରେଷ୍ଟୁରାଣ୍ଟରେ କାମ କରୁଥିବା ସୁରକ୍ଷା କର୍ମୀ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ନିଆଁ ଲିଭାଇବା ବେଳେ ଜଣେ ଅଗ୍ନିଶମ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି ।ପୁଲିସର କହିବା ମୁତାବକ ବିସ୍ଫୋରଣ ପଛରେ ଗ୍ୟାସ ଟାଙ୍କି ଫାଟିବା ଘଟଣାକୁ ଗୁରୁତ୍ୱ ଦେଇଛି । ଏହାସହ ରେଷ୍ଟୁରାଣ୍ଟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ଯାଂଚ ହେବ ବୋଲି କୁହାଯାଇଛି ।