ଦେଶରେ ପୁଣି ଥରେ ହ୍ରାସ ପାଇଛି ସୁନା ଦର

ଦେଶରେ ପୁଣି ଥରେ ହ୍ରାସ ପାଇଛି ସୁନା ଦର। ସୁନା କିଣିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର। ଶୁକ୍ରବାର, ନଭେମ୍ବର ୧୩ ତାରିଖରେ ଭାରତୀୟ ବଜାରରେ ୨୪ କ୍ୟାରେଟ୍, ୨୨ କ୍ୟାରେଟ୍ ଓ ୧୮ କ୍ୟାରେଟ୍ ସୁନା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି । ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୩୮,୪୯୦ ଟଙ୍କା ରହିଛି।ଏଥିରେ୧୩୧୦ ଟଙ୍କା ଶସ୍ତା ହୋଇଛି।୨୨ କ୍ୟାରେଟ ୧୦ ଗ୍ରାମ୍ ସୁନା ଦାମ୍ ୧,୨୬, ୯୫୦ ଟଙ୍କା ରହିଛି। ଏଥିରେ ୧୨୦୦ ଟଙ୍କା ଶସ୍ତା ହୋଇଛି।୧୮ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୦୩,୮୭୦ ଟଙ୍କା ରହିଛି। ଏଥିରେ ୯୮୦ ଟଙ୍କା ଶସ୍ତା ହୋଇଛି।ସୁନା ମୂଲ୍ୟ ହ୍ରାସ ପଛରେ ଅନ୍ତର୍ଜାତୀୟ ବଜାରର ପରିସ୍ଥିତିକୁ ଏକ ପ୍ରମୁଖ କାରଣ ଭାବେ ଦେଖାଯାଉଛି। ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ଯୋଗୁଁ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଛି। ଏହା ଫଳରେ ବିଶ୍ୱବ୍ୟାପୀ ମୁଦ୍ରାସ୍ଫୀତି ବଢ଼ିବା ଆଶଙ୍କା ସୃଷ୍ଟି ହୋଇଛି। ଏପରି ସ୍ଥିତିରେ ଆମେରିକାର ଫେଡେରାଲ ରିଜର୍ଭ ସୁଧହାର ଉଚ୍ଚ ରଖିବା କିମ୍ବା ଡିସେମ୍ବରରେ ବଢ଼ାଇବାର ସମ୍ଭାବନା ରହିଛି। ଉଚ୍ଚ ସୁଧହାର ଓ ଡଲାର ମଜଭୁତ ହେଲେ ସୁନା ନିବେଶର ଆକର୍ଷଣ କମିପାରେ। ଏହା ସହ ନିବେଶକଙ୍କ ବିକ୍ରି ମଧ୍ୟ ସୁନା ଦର ହ୍ରାସରେ ଭୂମିକା ନେଉଥିବା କୁହାଯାଉଛି।

You might also like