ଭଡ଼ା ଘରୁ ମିଳିଲା ଆଦର୍ଶ ବିଦ୍ୟାଳୟ ଶିକ୍ଷୟିତ୍ରୀଙ୍କ ଝୁଲନ୍ତା ମୃତଦେହ
ଆଦର୍ଶ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାରକୁ ନେଇ ଚାଞ୍ଚଲ୍ୟ। ମୃତ ଶିକ୍ଷୟିତ୍ରୀ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ବାରିପଦା ଅଞ୍ଚଳର ରୋଜାଲିକା ପାତ୍ର। ସେ ଯୋଡ଼ା ଲହଣ୍ଡାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିଲେ। ଯୋଡ଼ା ସହରର କଣ୍ଟ୍ରାକ୍ଟର କଲୋନୀରେ ଥିବା ଏକ ଭଡ଼ା ଘରେ ସେ ରହୁଥିଲେ। ଘଟଣାସ୍ଥଳରୁ ଏକ ନୋଟ୍ ଜବତ ହୋଇଛି । ହତ୍ୟା ନା ନିଜେ ଜୀବନ ହାରିଛନ୍ତି, ଏହାକୁ ନେଇ ସସପେନ୍ସ ଲାଗି ରହିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଜବତ ନୋଟରେ କ’ଣ ଲେଖାଯାଇଛି ? ମୃତ୍ୟୁ ପଛରେ କେଉଁ କାରଣ ରହିଛି ? ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ। ଘଟଣା ସ୍ଥଳରେ ସାଇନ୍ଟିଫିକ ଟିମ୍ ପହଞ୍ଚି ବିଭିନ୍ନ ଦିଗକୁ ନେଇ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଛି ।