ବେଦାନ୍ତ ଆଲୁମିନିୟମ ମେଟାଲ ଲିମିଟେଡ ସାମୂହିକ ସମୃଦ୍ଧି ଓ ଜନସହଭାଗିତାର ବାର୍ତ୍ତା ସହ ଦୀପାବଳି ଉତ୍ସବ ପାଳନ କରିଛି

ଭୁବନେଶ୍ୱର, ରାଜ୍ୟ କାହାଣୀ: ଦେଶର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ା, ବାଲ୍‌କୋ, ଲାଞ୍ଜିଗଡ଼ ଓ ଖଣି କାର୍ଯ୍ୟକ୍ଷେତ୍ରରେ ଧୁମ୍‌ଧାମରେ ଦୀପାବଳି ପାଳନ କରାଯାଇଛି। ଏହି ଅବସରରେ କମ୍ପାନୀର କର୍ମଚାରୀ, ସେମାନଙ୍କ ପରିବାରବର୍ଗ, କାରିଗର, ମହିଳା ଉଦ୍ୟୋଗୀ ଏବଂ ସ୍ଥାନୀୟ ସମୁଦାୟର ସଦସ୍ୟମାନେ ବିଭିନ୍ନ ଉତ୍ସବମୁଖର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଉତ୍ସବ ବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସାମୂହିକ ମିଳନ ମାଧ୍ୟମରେ ଆଲୋକର ପର୍ବକୁ ଆନନ୍ଦ, ଉତ୍ସାହ ଓ ଏକତାର ସହ ପାଳନ କରାଯାଇଥିଲା।

ଏହି ଅବସରରେ ବେଦାନ୍ତ ଆଲୁମିନିୟମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ କୁମାର କହିଥିଲେ, “ପର୍ବପର୍ବାଣୀ ଆମ ସମାଜରେ ବିଶେଷ ଗୁରୁତ୍ୱ ବହନ କରେ। ଏହା ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ପରମ୍ପରା, ମୂଲ୍ୟବୋଧ ଓ ଜୀବନଶୈଳୀର ଧାରାକୁ ଆଗକୁ ବଢ଼ାଇଥାଏ। ଏଥିସହ ସ୍ଥାନୀୟ କାରିଗର, ଉଦ୍ୟୋଗୀ ଓ ସମୁଦାୟକୁ ନିଜ ଦକ୍ଷତା ଏବଂ ଆକାଂକ୍ଷା ପ୍ରଦର୍ଶନ କରିବାର ସୁଯୋଗ ମଧ୍ୟ ଦେଇଥାଏ। ବେଦାନ୍ତ ଆଲୁମିନିୟମରେ ଆମେ ଏଭଳି ଉତ୍ସବକୁ ନିଜ କାର୍ଯ୍ୟକ୍ଷେତ୍ରର ଆଖପାଖ ଅଞ୍ଚଳର ସମୃଦ୍ଧ ସଂସ୍କୃତି ଓ ଆଞ୍ଚଳିକ ପରିଚୟର ଉତ୍ସବ ଭାବେ ଦେଖୁ। ଏହି ଆୟୋଜନ ମାଧ୍ୟମରେ ସ୍ଥାନୀୟ ସମୁଦାୟକୁ ସଜୀବ  ଲୋକ, ପରମ୍ପରା ଓ ଉଦ୍ୟୋଗକୁ ଆମେ ନିରନ୍ତର ସମର୍ଥନ ଓ ପ୍ରୋତ୍ସାହନ ଯୋଗାଇ ଆସୁଛୁ।”

ଝାରସୁଗୁଡ଼ାରେ ଦୀପାବଳି ଅବସରରେ ପାରମ୍ପରିକ ହସ୍ତଶିଳ୍ପ ଓ ମହିଳା ଉଦ୍ୟୋଗର ବଢ଼ୁଥିବା ଲୋକପ୍ରିୟତା ପ୍ରତିଫଳିତ ହୋଇଥିଲା। କମ୍ପାନୀର ପ୍ରକଳ୍ପ ବେଦକଳା ଓ ପ୍ରକଳ୍ପ ସୁଭଲକ୍ଷ୍ମୀ ଉଦ୍ୟୋଗିନୀ ଅଧୀନରେ କାରିଗର ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ସୌରା ଚିତ୍ରକଳାଯୁକ୍ତ ମାଟିଦୀପ, ବାଉଁଶରେ ନିର୍ମିତ ଦୀପ ଷ୍ଟାଣ୍ଡ, ଶବାଇ ଘାସରେ ତିଆରି ଦୀପ ଆବରଣ ଏବଂ ସୋୟା ମହମବତୀ ସହ ହସ୍ତନିର୍ମିତ ମାଟିଦୀପ ଭଳି ପରିବେଶ ଅନୁକୂଳ ସାମଗ୍ରୀ ପ୍ରଦର୍ଶନ କରିଥିଲେ। ଜିଲ୍ଲାସ୍ତରୀୟ ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସମିତି (ଓର୍‌ମାସ୍‌) ଦୀପାବଳି ପ୍ରଦର୍ଶନୀରେ ଏହି ସାମଗ୍ରୀଗୁଡ଼ିକ ସ୍ଥାନ ପାଇଥିବାରୁ ସେଗୁଡ଼ିକୁ ବ୍ୟାପକ ବଜାର ସୁଯୋଗ ମିଳିଥିଲା। ଏହାକୁ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ମଧ୍ୟ ପ୍ରଶଂସା କରିଥିଲେ। ଏହି ଦୁଇଟି ପ୍ରକଳ୍ପ ମାଧ୍ୟମରେ ମୋଟ ୧୬ ହଜାର ଟଙ୍କାରୁ ଅଧିକ ବିକ୍ରି ହୋଇଥିବାବେଳେ ଗ୍ରାମାଞ୍ଚଳର ମହିଳା ଓ କାରିଗରମାନଙ୍କୁ ନିଜ ଉତ୍ପାଦର ବଜାର ସମ୍ପ୍ରସାରଣ ପାଇଁ ମୂଲ୍ୟବାନ ସୁଯୋଗ ମିଳିଥିଲା।

ଲାଞ୍ଜିଗଡ଼ରେ ଦୀପାବଳିର ଉତ୍ସବ କେବଳ ଆନନ୍ଦ ଉଲ୍ଲାସରେ ସୀମିତ ନରହି ସ୍ଥାନୀୟ ଉଦ୍ୟୋଗ ପାଇଁ ଏକ ବଜାର ମଞ୍ଚ ସୃଷ୍ଟି କରିଥିଲା। ‘ସଖୀ ବଜାର’ରେ ମହିଳା ଉଦ୍ୟୋଗୀମାନେ ନିଜ ହାତତିଆରି ମହମବତୀ, ଦୀପ, ମିଠା, ମସଲା, ମାଣ୍ଡିଆ ଜାତୀୟ ଖାଦ୍ୟ, ମହୁ ଏବଂ ଅନ୍ୟାନ୍ୟ ସ୍ଥାନୀୟ ଉତ୍ପାଦର ପସରା ଖୋଲିଥିଲେ। ଏହାଦ୍ୱାରା ଉତ୍ସବ ଋତୁରେ ସ୍ଥାନୀୟ ଉଦ୍ୟୋଗକୁ ସମର୍ଥନ କରିବାର ସୁଯୋଗ ପାଇଥିଲେ ଆଗନ୍ତୁକମାନେ। ଏହା ସହିତ ଖାଦ୍ୟ ଷ୍ଟଲ୍‌, ସଙ୍ଗୀତ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଉତ୍ସବର ଆକର୍ଷଣ ବଢ଼ାଇଥିଲା। କର୍ମଚାରୀମାନଙ୍କ ମଧ୍ୟରେ ‘ୱାର୍‌ ଅଫ୍‌ କ୍ୟୁବିକଲ୍ସ’ ସାଜସଜ୍ଜା ପ୍ରତିଯୋଗିତା ମାଧ୍ୟମରେ କାର୍ଯ୍ୟସ୍ଥଳରେ ଦୀପାବଳିର ସୃଜନଶୀଳ ଭାବନାକୁ ପ୍ରକାଶ କରିବାର ସୁଯୋଗ ମିଳିଥିଲା।

ବେଦାନ୍ତର ଖଣି କାର୍ଯ୍ୟକ୍ଷେତ୍ରର କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କ ପାଇଁ ଦୀପାବଳି ଦୈନନ୍ଦିନ କାର୍ଯ୍ୟବ୍ୟସ୍ତତାରୁ ଟିକିଏ ଅବସର ଆଣିଥିଲା। ବେଲପାହାଡ଼ ଓ ରାୟଗଡ଼ରେ ୬୦ରୁ ଅଧିକ ଅଂଶଗ୍ରହଣକାରୀ ବିଭିନ୍ନ ଖେଳକୁଦ, ଲକ୍ଷ୍ମୀପୂଜା, ଆଳତି, ଆତସବାଜି ଏବଂ ସାମୂହିକ ଭୋଜନରେ ସାମିଲ ହୋଇଥିଲେ। ସହକର୍ମୀ, ବନ୍ଧୁ ଓ ପରିବାରବର୍ଗଙ୍କ ସହ ମିଶି ପାରମ୍ପରିକ ରୀତିନୀତି ଅନୁସାରେ ପର୍ବ ପାଳନ କରିବାର ଏହା ଏକ ସୁନ୍ଦର ସୁଯୋଗ ହୋଇଥିଲା।

ବାଲ୍‌କୋରେ ମଧ୍ୟ ମହିଳାଙ୍କ ଦ୍ୱାରା ପରିଚାଳିତ ଉଦ୍ୟୋଗଗୁଡ଼ିକୁ ଦୀପାବଳି ଉତ୍ସବରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ପ୍ରକଳ୍ପ ‘ଉନ୍ନତି ମହାସଂଘ’ ଅଧୀନରେ ଛତିସା, ଡେକୋରାଟି, କୋସାକାରି ଓ କ୍ଲିନ୍‌ଲା ଭଳି ସ୍ଥାନୀୟ ମହିଳା ଉଦ୍ୟୋଗର ଉତ୍ପାଦଗୁଡ଼ିକୁ କର୍ମଚାରୀ ଓ ଆଗନ୍ତୁକଙ୍କ ପାଇଁ ପ୍ରଦର୍ଶିତ କରାଯାଇଥିଲା। ଖାଦ୍ୟ ସାମଗ୍ରୀ ଓ ରେଶମ ପୋଷାକଠାରୁ ଆରମ୍ଭ କରି ଗୃହସାଜସଜ୍ଜା ସାମଗ୍ରୀ ଏବଂ ଦୈନନ୍ଦିନ ଘରୋଇ ଉପକରଣ ପର୍ଯ୍ୟନ୍ତ ବିଭିନ୍ନ ଉତ୍ପାଦର ପ୍ରଦର୍ଶନୀ ସ୍ଥାନୀୟ ମହିଳା ଉଦ୍ୟୋଗର ବଢ଼ୁଥିବା ବ୍ୟାପକତାକୁ ଦର୍ଶାଇଥିଲା। ଏହା ସହିତ ପରିବେଶ ଅନୁକୂଳ ସାମଗ୍ରୀରେ ରଙ୍ଗୋଲି ପ୍ରସ୍ତୁତି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଧନତେରସ୍‌ ପାଳନ ଓ କାରଖାନା ପରିସରରେ ଆୟୋଜିତ ଦୀପାବଳି ଭୋଜି ସହ ଉତ୍ସବର ପରିସମାପ୍ତି ଘଟିଥିଲା।

ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ଦୀପାବଳି ପାଳନର ଶୈଳୀ ଭିନ୍ନ ଥିଲେ ମଧ୍ୟ ଏହାର ମୂଳ ଭାବନା ଥିଲା  ମିଳିମିଶି ଉତ୍ସବ ପାଳନ, ସୃଜନଶୀଳତାର ପ୍ରଦର୍ଶନ, ପରସ୍ପର ସହ ଖୁସି ବାଣ୍ଟିବା ଏବଂ ନୂଆ ଆଶା ନେଇ ଆଗକୁ ବଢ଼ିବା। ପାରମ୍ପରିକ ହସ୍ତଶିଳ୍ପ, ସ୍ଥାନୀୟ ଉଦ୍ୟୋଗ, ପାରିବାରିକ ପରମ୍ପରା ଓ କର୍ମକ୍ଷେତ୍ରର ଉତ୍ସବ ଏସବୁ ମାଧ୍ୟମରେ ବେଦାନ୍ତ ଆଲୁମିନିୟମ କାର୍ଯ୍ୟ କରୁଥିବା ଅଞ୍ଚଳଗୁଡ଼ିକର ସାଂସ୍କୃତିକ ପରିଚୟ ଓ ପରମ୍ପରାର ପ୍ରତିଫଳନ ଘଟିଥିଲା। ଏଭଳି ଉତ୍ସବ ମାଧ୍ୟମରେ କମ୍ପାନୀ ବିଭିନ୍ନ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଜଣାଇବା ସହ ସେଗୁଡ଼ିକୁ ଆଗାମୀ ପିଢ଼ି ପାଇଁ ସଂରକ୍ଷିତ ରଖିବା ଦିଗରେ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି।

You might also like