ଚାଷୀଙ୍କ ପାଇଁ ବଡ ଖବର, ୬୨ ହଜାର କୋଟି ସବ୍‌ସିଡିକୁ ମଞ୍ଜୁରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର (ନଭେମ୍ୱର ୧୧, ୨୦୨୬) ଦିନ କେନ୍ଦ୍ର କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ଟି ବଡ଼ ନିଷ୍ପତ୍ତି ନେଇଛନ୍ତି। ରବି ଋତୁ ପାଇଁ ୬୨ ହଜାର ୩୭୦ କୋଟି ଟଙ୍କାର ସାର ସବ୍‌ସିଡିକୁ ମଞ୍ଜୁରୀ ମିଳିଛି। ଏହାଦ୍ୱାରା ଗହମ, ଡାଲି ଓ ତୈଳବୀଜ ଚାଷ ପାଇଁ ଆବଶ୍ୟକ ସାର ରିହାତି ଦରରେ ଉପଲବ୍ଧ କରାଇବାରେ ସହାୟତା ମିଳିବ।ସେହିପରି ଛୋଟ ବ୍ୟବସାୟୀ ଓ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଋଣ ମିଳିବା ସହଜ କରିବା ପାଇଁ ମୁଦ୍ରା ଯୋଜନା ଅଧୀନରେ ୫ ହଜାର କୋଟି ଟଙ୍କାର କ୍ରେଡିଟ୍‌ ଗ୍ୟାରେଣ୍ଟି ଫଣ୍ଡକୁ ମଧ୍ୟ ମଞ୍ଜୁରୀ ଦିଆଯାଇଛି।ଅନ୍ୟପଟେ, ଦିଲ୍ଲୀରେ ନିର୍ମାଣ ହେବ ଭାରତର ବିଶାଳ ‘ଯୁଗେ ଯୁଗୀନ ଭାରତ ସଂଗ୍ରହାଳୟ’। ଐତିହାସିକ ନର୍ଥ ଓ ସାଉଥ୍‌ ବ୍ଲକ୍‌କୁ ସଂଗ୍ରହାଳୟରେ ପରିଣତ କରିବା ପାଇଁ ୩ ହଜାର ୨୩୦ କୋଟି ଟଙ୍କା ମଞ୍ଜୁର ହୋଇଛି। ପ୍ରାୟ ୧.୭୯ ଲକ୍ଷ ବର୍ଗମିଟର ଅଞ୍ଚଳରେ ଏହା ନିର୍ମାଣ ହେବ ଏବଂ ପ୍ରତିଦିନ ପ୍ରାୟ ୩୦ ହଜାର ପର୍ଯ୍ୟଟକଙ୍କୁ ସ୍ଥାନ ଦେଇପାରିବ। ୨୦୨୭ ଶେଷ ଭାଗରେ ପ୍ରଥମ ଗ୍ୟାଲେରୀ ଖୋଲିବା ଲକ୍ଷ୍ୟ ରଖାଯାଇଛି।ବୁଧବାର (ନଭେମ୍ୱର ୧୧, ୨୦୨୬) ଦିନ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକର ସୂଚନା ସାମ୍ନ ଖୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ‘ଯୁଗେ ଯୁଗୀନ ଭାରତ ମ୍ୟୁଜିୟମ, ନର୍ଥ ଏବଂ ସାଉଥ ବ୍ଲକରେ ଯେଉଁ ସ୍ଥାନଗୁଡ଼ିକ ଖାଲି ହୋଇଯାଇଛି ଏବଂ କର୍ତ୍ତବ୍ୟ ଭବନ କିମ୍ୱା ସେବା ତୀର୍ଥକୁ ସ୍ଥାନାନ୍ତରିତ ହୋଇସାରିଛି, ସେଠାରେ ଭାରତର ପରମ୍ପରା ଏବଂ ସଂସ୍କୃତିକୁ ନେଇ ସମଗ୍ର ଦେଶର ଯେଉଁ ସଭ୍ୟତାଗତ ଯାତ୍ରା ରହିଛି, ତାହାକୁ ଏକ ସୁନ୍ଦର ଉପାୟରେ ପ୍ରଦର୍ଶିତ କରାଯିବ।’

You might also like