ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବିତଙ୍କୁ ବଡ଼ ଆଶ୍ୱସ୍ତି; ୫୦ କେଜି ଚାଉଳ ସହ ମିଳିବ ୨୫୦୦ ଟଙ୍କା
ଭୁବନେଶ୍ୱର ( ରାଜ୍ୟକାହାଣୀ )ବାତ୍ୟା ବନ୍ୟାରେ କ୍ଷତିଗ୍ରସ୍ତ ପରିବାରଙ୍କ ପାଇଁ ବଡ଼ ଆଶ୍ୱସ୍ତି। ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ପ୍ରଭାବିତ ଲୋକଙ୍କୁ ମିଳିବ ରିଲିଫ୍। କେବଳ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳ ନୁହେଁ, ଏହି ତିନି ଜିଲ୍ଲାର ସବୁ ବ୍ଲକ୍ରେ ରିଲିଫ୍ ପ୍ରଦାନ କରାଯିବ। ଏଣିକି ଏହି ତିନି ଜିଲ୍ଲାର ସମସ୍ତ ବ୍ଲକ୍ର ପ୍ରତ୍ୟେକ ଯୋଗ୍ୟ ପରିବାରକୁ ୫୦ କେଜି ଚାଉଳ ସହ ୨ ହଜାର ୫୦୦ ଟଙ୍କା ଆର୍ଥିକ ସହାୟତା ମିଳିବ । ନଭେମ୍ବର ୧୧ ତାରିଖରେ ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାପାଳଙ୍କୁ ଚିଠି ଜାରି କରାଯାଇଛି । ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିବା ସ୍ୱତନ୍ତ୍ର ପ୍ୟାକେଜ୍ ସହିତ ଏହି ରିଲିଫ୍ ମଧ୍ୟ ପ୍ରଦାନ କରାଯିବ।
ତେବେ କାହାକୁ ମିଳିବ ଏହି ସହାୟତା? ଏଥିପାଇଁ ତିନି ଜିଲ୍ଲାର ସମସ୍ତ ପ୍ରଭାବିତ ପରିବାରଙ୍କୁ ଚିହ୍ନଟ କରିବାକୁ ଜିଲ୍ଲାପାଳମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଯେପରି କୌଣସି ଯୋଗ୍ୟ ପ୍ରଭାବିତ ପରିବାର ରିଲିଫ୍ରୁ ବଞ୍ଚିତ ନହୁଅନ୍ତି, ସେଥିପ୍ରତି ସ୍ୱତନ୍ତ୍ର ନଜର ରଖିବାକୁ କୁହାଯାଇଛି।