ଇରାନ ବିରୋଧରେ ଆଉ ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ ହେବ ନାହିଁ: ମାର୍କୋ ରୁବିଓ

ଋଷ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଆମେରିକା ଓ ୟୁରୋପର ଲକ୍ଷ୍ୟ ଏକ। ଏହା ସ୍ପଷ୍ଟ କରିଛନ୍ତି ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ । ତାଙ୍କ କହିବା ଅନୁଯାୟୀ, ଆମେରିକା ଓ ୟୁରୋପ ମଧ୍ୟରେ ଏହି ପ୍ରସଙ୍ଗରେ କୌଣସି ମୌଳିକ ମତଭେଦ ନାହିଁ । ଉଭୟଙ୍କ ଉଦ୍ଦେଶ୍ୟ ହେଉଛି ଯୁଦ୍ଧର ଅନ୍ତ ଘଟାଇବା ଏବଂ ଭବିଷ୍ୟତରେ ଯେପରି ପୁଣି ଏଭଳି ସଂଘର୍ଷ ନହୁଏ, ତାହା ସୁନିଶ୍ଚିତ କରିବା । ଅନ୍ୟପଟେ ଇରାନ ବିରୋଧରେ ଆଉ କୌଣସି ବଡ଼ ସାମରିକ ଅଭିଯାନର ଆବଶ୍ୟକତା ନାହିଁ ବୋଲି ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି। ଆମେରିକା ପକ୍ଷରୁ ଲଗାଯାଇଥିବା ଆର୍ଥିକ କଟକଣା ଏବଂ ନିରନ୍ତର ଚାପ ଯୋଗୁଁ ଇରାନର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଛି ଏବଂ ଆଗାମୀ ମାସଗୁଡ଼ିକରେ ଏହା ଆହୁରି ତୀବ୍ର ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଫ୍ରାନ୍ସର ପ୍ୟାରିସଠାରେ ଆୟୋଜିତ ଜି-୭ ବୈଦେଶିକ ମନ୍ତ୍ରୀମାନଙ୍କ ସମ୍ମିଳନୀ ଅବସରରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ରୁବିଓ କହିଛନ୍ତି ଯେ, ସାମୟିକ ଯୁଦ୍ଧବିରତି ସମୟରେ ଇରାନ ଯେଉଁ ସୀମିତ ପରିମାଣର କଞ୍ଚା ତେଲ ରପ୍ତାନି କରିବାରେ ସଫଳ ହୋଇଥିଲା, ତାହା ଶେଷ ହେବା ମାତ୍ରେ ଦେଶର ତୈଳ ରାଜସ୍ୱ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯିବ।

You might also like