ଏଗ୍ରିଷ୍ଟାକ ନଥିଲେ ବି ଧାନ ଉଠିବ: ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
ଭୁବନେଶ୍ଵର( ରାଜ୍ୟ କାହାଣୀ )ଚାଷୀଙ୍କ ଏଗ୍ରିଷ୍ଟାକ୍ କାର୍ଡ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବଡ ସୂଚନା । ଏହାକୁ ନ କଲେ ମଧ୍ୟ ଚାଷୀ ଅସୁବିଧାରେ ପଡ଼ିବେନି ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।ଏଗ୍ରିଷ୍ଟାକ ନଥାଇ ବି ଚାଷୀ ନାମ ପଞ୍ଜୀକରଣ କରିପାରିଛନ୍ତି । ଆମେ ସମ୍ପୁର୍ଣ୍ଣ ଧାନ କିଣିବୁ, ଏଗେରିଷ୍ଟାକ ସହ କୌଣସି ସମ୍ପର୍କ ନାହିଁ । କିନ୍ତୁ ଏଗ୍ରିଷ୍ଟାକ କରାଇ ନିଅନ୍ତୁ , କଲେ ଅନ୍ୟାନ୍ୟ ସୁବିଧା ମିଳିବ । ସାର, ବିହନ ଆଦି ମିଳିବ, କୃଷି ଋଣ ମଧ୍ୟ ମିଳିପାରିବ । ତେଣୁ ଜଲଦି ଏଗ୍ରିଷ୍ଟାକ କରାଇ ନେବାକୁ ଅନୁରୋଧ କରିଛନ୍ତି କୃଷ୍ଣଚନ୍ଦ୍ରପାତ୍ର ।