ନଭେମ୍ବର ୨୫ ପର୍ୟ୍ୟନ୍ତ  ମୁମ୍ବାଇରେ ରକେଟ୍ ବାଣ ଫୁଟାଇବା ଉପରେ କଟକଣା

ମହାରାଷ୍ଟ୍ରର ମୁମ୍ବାଇରେ ବାଣ ଫୁଟାଇବାକୁ ନେଇ ବଡ଼ ନିଷ୍ପତ୍ତି ନେଇଛି ବୃହତମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ (BMC) । ଏଣିକି ସହରରେ ରକେଟ୍ ଏବଂ ଆକାଶକୁ ଉଡ଼ୁଥିବା ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି ।ବାଣରୁ ଅଗ୍ନିକାଣ୍ଡ ଓ ବିସ୍ଫୋରଣ ଘଟଣା ବଢୁଥିବାରୁ ଏପରି ନିର୍ଦ୍ଦେଶନାମା ଜାରି କରିଛି ବିଏମସି । ସାଧାରଣତଃ ରକେଟ୍ ଜଳାଇଲା ବେଳେ କାହା ଘର ଛାତ, ବାଲକୋନୀ ଏବଂ ଝରକା ଦେଇ ଘରକୁ ପଶିଥିବାରୁ ଅଗ୍ନିକାଣ୍ଡ ଘଟୁଛି । ମୁମ୍ବାଇରେ ଜନସଂଖ୍ୟା ଅନୁସାରେ ଉଚ୍ଚ କୋଠା ଓ ଛୋଟ ବସ୍ତିରେ ଏପରି ଘଟଣା ଘଟିବା ସମ୍ଭାବନା ଥିବାରୁ ରକେଟରେ କଟକଣା ଲଗାଯାଇଛି ।୨୦୨୬ ନଭେମ୍ବର ୨୫ ତାରିଖ ରାତି ୧୧ଟା ୫୯ ମିନିଟ୍ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । BMC କମିଶନର ପ୍ରାଜକ୍ତା ଲଭଙ୍ଗାରେ-ବର୍ମା ଏହି ନିଷେଧାଦେଶ ଜାରି କରିଛନ୍ତି । ନଭେମ୍ବର ୯ ତାରିଖରୁ ଏହା ତୁରନ୍ତ ଲାଗୁ ହୋଇଛି ।ନଭେମ୍ବର ୮ ତାରିଖରେ ମୁମ୍ବାଇ ଅଗ୍ନିଶମ ବିଭାଗକୁ ଅଗ୍ନିକାଣ୍ଡ ସମ୍ପର୍କିତ ମୋଟ ୧୪୨ଟି କଲ୍ ଆସିଥିଲା । ସେଥିମଧ୍ୟରୁ ୧୩୭ଟି ଘଟଣା ବାଣ ଫୁଟାଇବା ସହ ଜଡ଼ିତ ଥିବା ଜଣାପଡ଼ିଛି । ରକେଟ୍ ଓ ଆକାଶକୁ ଉଡ଼ୁଥିବା ବାଣର ଜଳନ୍ତା ଅବଶେଷ କୋଠାର ଛାତ, ବାଲକୋନି, ଝରକା ଓ ଦହନଶୀଳ ସାମଗ୍ରୀ ଉପରେ ପଡ଼ି ନିଆଁ ଲାଗିବାର ଆଶଙ୍କା ରହିଛି ।

You might also like