ବହୁଚର୍ଚ୍ଚିତ ଭାଗୀରଥୀ ମାଣ୍ଡାଙ୍ଗି ହତ୍ୟା ମାମଲାରେ ନୂଆ ମୋଡ଼। SDJM କୋର୍ଟରେ ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓଙ୍କ ଆତ୍ମସମର୍ପଣ

ଭୁବନେଶ୍ଵର (ରାଜ୍ୟ କାହାଣୀ) ବହୁଚର୍ଚ୍ଚିତ ଭାଗୀରଥୀ ମାଣ୍ଡାଙ୍ଗି ହତ୍ୟା ମାମଲାରେ ନୂଆ ମୋଡ଼। ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ ରାୟଗଡ଼ା SDJM କୋର୍ଟରେ ଆତ୍ମସମର୍ପଣ କରିଛନ୍ତି।  ୪ ଅଭିଯୁକ୍ତ ମାନେ ମଧ୍ୟ ଆତ୍ମସମର୍ପଣ କରିଛନ୍ତି।।ସୁପ୍ରିମକୋର୍ଟଙ୍କ ୧୫ ଦିନ ମଧ୍ୟରେ ଆତ୍ମସମର୍ପଣ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ନେଇଛନ୍ତି ଅଭିଯୁକ୍ତମାନେ।୨୦୧୦ ମସିହାର ବହୁଚର୍ଚ୍ଚିତ ମାଗିରଥି ମାଣ୍ଡାଙ୍ଗୀ ହତ୍ୟା ମାମଲାରେ ନୂଆ ମୋଡ଼। ରାୟଗଡ଼ା SDJM କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ସମେତ ୪ ଜଣ ଅଭିଯୁକ୍ତ। ଏହି ହତ୍ୟା ମାମଲାରେ ମୋଟ ୫ ଜଣ ଅଭିଯୁକ୍ତ ଥିବାବେଳେ ସମସ୍ତଙ୍କ ଆଗୁଆ ଜାମିନକୁ ପ୍ରତିପକ୍ଷ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ଅଭିଯୁକ୍ତଙ୍କୁ ୧୫ ଦିନ ମଧ୍ୟରେ ସମ୍ପୃକ୍ତ ତଳ କୋର୍ଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଏବେ ୪ ଜଣ ଅଭିଯୁକ୍ତ ରାୟଗଡ଼ା SDJM କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶା ହାଇକୋର୍ଟ ମଧ୍ୟ ନଭେମ୍ବର ୬ରେ ସ୍ପଷ୍ଟ କରିଥିଲେ ଯେ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଅଭିଯୁକ୍ତମାନଙ୍କ ପାଖରେ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବା ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ। ଦୁଇ ସପ୍ତାହର ସମୟସୀମା ନଭେମ୍ବର ୯ରେ ଶେଷ ହେବ ବୋଲି ମଧ୍ୟ ହାଇକୋର୍ଟ ଉଲ୍ଲେଖ କରିଥିଲେ।ତେବେ ଏହି ମାମଲାର ଅନ୍ୟ ଜଣେ ଅଭିଯୁକ୍ତଙ୍କ ଆତ୍ମସମର୍ପଣ ଓ ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ଉପରେ ଏବେ ନଜର ରହିଛି।

You might also like