ଦୀପାବଳିରେ ଯବାନଙ୍କ ସହ ପାଳିବେ ଦୀପାବଳି ! ଦାର୍ଜିଲିଂରୁ ସିକିମ୍, ଦୁଇ ଦିନିଆ ଗସ୍ତରେ ରାଜନାଥ
ଦୀପାବଳିର ଖୁସି ମଧ୍ୟରେ ଦେଶର ସୁରକ୍ଷାରେ ନିୟୋଜିତ ଯବାନଙ୍କ ମନୋବଳ ବଢ଼ାଇବାକୁ ସୀମାନ୍ତ ଅଞ୍ଚଳ ଗସ୍ତ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଦୁଇ ଦିନିଆ ଗସ୍ତରେ ସେ ଦାର୍ଜିଲିଂ, ସିଲିଗୁଡ଼ି ଓ ସିକିମ୍ ଯାତ୍ରା କରିବେ । ଏହି ଅବସରରେ ସେ ଭାରତୀୟ ସେନାର ଯବାନମାନଙ୍କୁ ଭେଟିବା ସହ ସେମାନଙ୍କ ସହ ଦୀପାବଳି ପାଳନ କରିବେ ।ଦୀପାବଳି ଦିନ ସେ ସିକିମ୍ ଗସ୍ତ କରିବେ । ସେଠାରେ ଶେରଥାଙ୍ଗ ଯୁଦ୍ଧ ସ୍ମାରକୀ ପରିଦର୍ଶନ କରି ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ। ଏହାପରେ ସେହି ଅଞ୍ଚଳରେ ନିୟୋଜିତ ସେନା ଯବାନଙ୍କ ସହ ଦୀପାବଳି ପାଳନ କରିବା ସହ ଆଲୋଚନା କରିବେ । ଏହି ଅବସରରେ ରାଜନାଥ ସିଂହ କହିଛନ୍ତି ଯେ, ଦେଶର ସୁରକ୍ଷା ପାଇଁ ପରିବାରଠାରୁ ଦୂରରେ ରହି କର୍ତ୍ତବ୍ୟ ସମ୍ପାଦନ କରୁଥିବା ଯବାନଙ୍କ ସହ ଏହି ପର୍ବ ପାଳନ କରିବା ତାଙ୍କ ପାଇଁ ଗର୍ବର ବିଷୟ।ପ୍ରତିରକ୍ଷା ମନ୍ତ୍ରୀ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏହି ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି ।